STORYMIRROR

Jyotirmayee Panda

Abstract Drama Children

3  

Jyotirmayee Panda

Abstract Drama Children

ମାନ

ମାନ

1 min
185

ଶ୍ରୀକ୍ଷେତ୍ର ମାଉଡ଼ ମଣି ହେ କିବା ଦୋଷ ମୋର ଦେଖିଲ

ମୋ ଉପରେ ରାଗିଲ କଥା ନ କହିଲ

ଝିଅ ପଦରୁ ମତେ ବହିଷ୍କାର କଲ ପ୍ରଭୁ ହେ

କିବା ଦୋଷ ମୋର(୦)


ବାପା ବୋଲି ଡାକିବାରୁ ମୋତେ ତୁମେ କଲ ବଞ୍ଚିତ

କି ଦୋଷ ଦେଖିକି ପ୍ରଭୁ ତୁମେ ଏତେ ମାନ କରୁଛ

ଋଷା ଛାଡିଦିଅ ଚକା ଡୋଳା ହେ

କିବା ଦୋଷ ମୋର(୧)


ହଟିଆ ଠାକୁର ନାଟ ଲଗେଇଛ ଜାଣିଛି ମୁହିଁ

ମୋ ଦୁଃଖ ବେଳକୁ ନାଟ ତୁମକୁ କି ଶୋଭା ଦିଶଇ

ମାନ ତ୍ୟାଗ କର ନୀଳମଣି ହେ

କିବା ଦୋଷ ମୋର(୨)


ପତିତ ମାନଙ୍କୁ ଉଦ୍ଧରିବା ପାଇଁ ବାନା ବନ୍ଧିଛ

ମୁଁ ଜଣେ ଦୁଃଖିନୀ ମୋ ଦୁଃଖକୁ କାହିଁ ଏଡାଉ ଅଛ

ଅଭିମାନ ତ୍ୟାଗ କର ହେ

କିବା ଦୋଷ ମୋର(୩)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract