STORYMIRROR

Kalyani Nanda

Inspirational

3  

Kalyani Nanda

Inspirational

ମାଁ ମାଟିର ବର ପୁତ୍ର

ମାଁ ମାଟିର ବର ପୁତ୍ର

1 min
11.5K

            ସେଇ ସେ ଶୁଭ ଲଗ୍ନେ ,

          ମାଁ  ମାଟି ଆମ ହୋଇଥିଲା ଧନ୍ୟ,

          କୋଳେ ଧରି ତୁମ ପରି ସୁ ସନ୍ତାନ,

          କମ୍ପି ଉଠିଥିଲା ଏ ମେଦିନୀ ବୀର ଘୋଷ ନାଦେ ଯାର,

          ଏ ମାଟିର ସିଏ ବୀର ସୁବାଷ ଆଉ ବୀର ସୁରେନ୍ଦ୍ର।


         'ଦେବି ଯେ ସ୍ବାଧୀନତା, ଲହୁ ଦିଅ ମୋତେ ',

         ତା ଉଦଘୋଷିତ ବାଣୀ ରେ କମ୍ପିି ଥିଲା ବ୍ରିଟିଶ ସାମ୍ରାଜ୍ୟ,

         ବଙ୍ଗ ପୁତ୍ର ସିଏ ଓଡ଼ିଶା ମାଟିରେ ଜନ୍ମି ଥିଲା ସେ ବୀରପୁତ୍ର,

         ଆଜାଦହିନ୍ଦ ର ଥିଲା ସେ ଏ ଭାରତ ଭୂମି ର ଦୁର୍ଦ୍ଧଷ ବୀର।


         ସମ୍ବଲପୁର ମାଟି ର ବୀର ସନ୍ତାନ , ସେ ସ୍ଵାଧୀନତା ସଂଗ୍ରାମେ,

         ଢାଳି ଦେଇଥିଲା ଲହୁ, ଆଣିଥିଲା ବ୍ରିଟିଶ ହୃଦୟେ କମ୍ପନ,

         ବାର ପାହାଡ଼ ର ଦୁନ୍ଦୁଭି ନାଦେ, ଗର୍ଜି ଉଠି ଥିଲା ଏ ସାରା ସଂସାର,

         ବୀର ସୁରେନ୍ଦ୍ର ସାଏ , ସେଇ ଯେ ସାହାସୀ ପୁତ୍ର ପଶ୍ଚିମ ଓଡ଼ିଶାର ।


          ଓଡ଼ିଶା ମାଟି ଧନ୍ୟ ହୋଇଛି ପାଇ ତୁୁମ ପରି ବୀର ସନ୍ତାନ,

          କୋଟି ଜନ ମନେ ରହିଛି, ରହିଥିବ ଚିର କାଳେ ,କୀର୍ତ୍ତି ତୁୁୁମର,

          ଶତ ଶତ ନମନ ତବ ପଦେ ,ଆହେ ବୀର ପୁତ୍ର ସୁବାଷ, ସୁରେନ୍ଦ୍ର,

         ଦେଶ ମାତୃକାର ଯୋଗ୍ୟ ସନ୍ତାନ, ଓଡ଼ିଶା ର ତୁମେ ଅମର ସନ୍ତାନ।                      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational