Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sameer Kanhar

Abstract Tragedy Others

3  

Sameer Kanhar

Abstract Tragedy Others

ମାଁ ଲକ୍ଷ୍ମୀ

ମାଁ ଲକ୍ଷ୍ମୀ

1 min
149


ନମସ୍ତେ ନମସ୍ତେ ମାଆ ଲକ୍ଷ୍ମୀ ଠାକୁରାଣୀ,            

ନମସ୍ତେ ନମସ୍ତେ ମାଗୋ ବିଷ୍ଣୁ ପାଟରାଣୀ ।


ଧନଧାନ୍ୟା ମାଗୋ ତାର ଅମାର ପୁରଇ,                

ଘର ତାର ହସି ଉଠେ ପାଇଁ ପୁତ୍ର ଗାଈ ।


ତୁମ ଆଶୀର୍ବାଦ ମାଗୋ ଟଲଇ ବିପଦ,                

ତୁମ କୋପକଲେ ମାଗୋ ସାଧବ ଦରିଦ୍ର ।


ଯେତେ ଅପରାଧ କରିଛ ଧରିବନି କିଛି,                 

ଅଶ୍ରୁ ଜଳେ ମାଗୋ ତୁମ ପାଦ ସମର୍ପୁଛୁ ।


ଶ୍ରୀୟା ଚଣ୍ଡାଳୁଣୀ ତୁମକୁ ଡାକିଲି,                    

ତୁମ ଦିବ୍ୟ ରୂପ ନୟନ ଦେଖିଲି ।


ତୁମରି କରୁଣା ଯିଏ ତ ପାଇଛି,                     

ସବୁ କିଛି ଜୀବନରେ ଲାଭ କରିଛି ।


ଅନ୍ନ ଧାତ୍ରି ହୋଇ ଦେଉ ଅଛ ଅନ୍ନ,                  

ଜଗତରେ ସବୁତ କରୁଛି ପୂର୍ଣ୍ଣ ।


ସର୍ବ ଦୋଷ କ୍ଷମା କର ମା କରୁଣା ମାୟୀ,             

ଉଦ୍ଧାର କର ଗୋ ମାଆ ହୋଇ ତୁ ବିନୟୀ ।


ତୁ ଦୟା ନକଲେ ମାଗୋ ସନ୍ତାନ ବାତ୍ସଲ୍ୟ ,            

ପାରିନି କିଛି ସହି ମା ଦୁଃଖ କଷ୍ଟ ଜ୍ୱାଲା ।


ଶ୍ରୀ ପୟରେ ମଥା ରଖି ଏତିକି ମିନତି ,               

ରଖିବ ଗୁହାରି ମାଗୋ ତୁମେ ଦୟାବନ୍ତି ।


Rate this content
Log in

Similar oriya poem from Abstract