ମାମୁଁ
ମାମୁଁ
ମାମୁଁ ମାମୁଁ ବୋଲି ଡାକନ୍ତି ସଭିଏଁ
ମାଆର ଯେ ଥିବ ଭାଇ,
ଅଳି ଆରଦଳୀ ସହି ପୁଣି
ଦୁଧ ଭାତ ଦିଏ ମାଇଁ |
ମାମୁଁ ଘର ଯେବେ ଯାଏ ବୁଲିବାକୁ
ଛାଡ଼ି ସେ ଫେରି ପାରେନା,
ଅଜା ଆଈଙ୍କର ସ୍ନେହ ଓ ଆଦର
ଘର ଛାଡ଼ିବାକୁ ଦିଏନା |
ଦ୍ୱିତୀୟ ମାମୁଁ ଯେ ହେଲେ ଜହ୍ନ ମାମୁଁ
ରାତିରେ ସେ ହସୁଥାନ୍ତି,
କୁନି କୁନି ସବୁ ଭଣଜା ଭାଣିଜୀ
ମାମୁଁଙ୍କୁ ଦେଖି ଖାଆନ୍ତି |
ଜହ୍ନ
ମାମୁଁ ନିଏ ଭିନ୍ନ ଭିନ୍ନ ରୂପ
ଖୁସି ଦେବା ପାଇଁ ମନେ,
ହାତ ଠାରି କୁନି ଭଣଜା ଭାଣିଜୀ
ଚାହିଁ ରହନ୍ତି ଗଗନେ |
ତୃତୀୟରେ ଆସେ ଜଙ୍ଗଲର ରାଜା
ମହାବଳ ବାଘ ମାମୁଁ,
ଦେଖିଲେ ସଭିଏଁ ଡରରେ ଲୁଚନ୍ତି
ଧାଇଁ ଆସେ ଯେବେ ମାମୁଁ |
ଜଙ୍ଗଲରେ ସେଇ ବୋଲାଏ ରାଜା
କୁନି ଛୁଆ ପାଇଁ ମାମୁଁ,
ଆଶା ଥାଏ ଯେବେ ମାମୁଁ ଘର ଯିବେ
ଖାଇବେ ଗୋଲାପ ଜାମୁ |