Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତାରାପ୍ରସାଦ ଜେନା

Tragedy

3  

ତାରାପ୍ରସାଦ ଜେନା

Tragedy

ମାମା

ମାମା

1 min
284



ଅନ୍ତଫାଡ଼ି ମତେ ଜନମ ଦେଇକି

ହୋଇଗଲୁ ଏବେ ଦାହ

ଅଫେରା ରାଇଜୁ ଫେରିବୁନି ଆଉ

ଢାଳେ ବସି ଏଠି ଲୁହ !

ଅନ୍ତଫାଡ଼ି ମତେ ଜନମ ଦେଇକି

       ହୋଇଗଲୁ ଏବେ ଦାହ

         (ମାମା) ହୋଇଗଲୁ ଏବେ ଦାହ ।। ୦ ।।


ଖାଇ ମୁଁ ନଥିଲେ ଖୁଆଇଦେଇଛୁ

ମୁଣ୍ଡକୁ ମୋ ହାତେ ଧରି

ଶୋଇ ମୁଁ ନଥିଲେ ଶୁଆଇଦେଇଛୁ

କୋଳେ କେତେ ଗେଲ କରି

ସୁଖ ସପନକୁ ରାତି ମୋ ନିଅଣ୍ଟ

ଦୁଃଖ ମୋର ସାଥୀ କୋହ !

ଅନ୍ତଫାଡ଼ି ମତେ ଜନମ ଦେଇକି

       ହୋଇଗଲୁ ଏବେ ଦାହ

         (ମାମା) ହୋଇଗଲୁ ଏବେ ଦାହ ।। ୧ ।।


ରୋଗେ ପଡ଼ିଥିଲେ ଉଜାଗର ରହି

ସେବା କରିଥିଲୁ କେତେ

ତୋର ସେବା ପାଇଁ ବଳ ପାଇଲିନି

ରୁଷିଗଲୁ ଅବା ସତେ,

ଦେହ ଛାଡ଼ି ପୁଣି ଦେହାତୀତ ହେଲୁ

ସ୍ମୃତି ହେଲା ଖାଲି ସ୍ନେହ !

ଅନ୍ତଫାଡ଼ି ମତେ ଜନମ ଦେଇକି

       ହୋଇଗଲୁ ଏବେ ଦାହ

         (ମାମା) ହୋଇଗଲୁ ଏବେ ଦାହ ।। ୨ ।।


ମାମା ବୋଲି ଡାକ ଏଇ କଣ୍ଠେ ମୋର

ଫିଟିବନି ଆଉ କେବେ

ଆଶିଷର ଧୂଳି ଚାହିଁଥିଲେ ଆଜି

ଝରିବନି ଆଉ ଲବେ,

ଯେତେଦିନ ଥିବି ଭବ ବନ୍ଧନରେ

ଋଣୀ ଥିବି ତୋର ମୋହ !

ଅନ୍ତଫାଡ଼ି ମତେ ଜନମ ଦେଇକି

       ହୋଇଗଲୁ ଏବେ ଦାହ

         (ମାମା) ହୋଇଗଲୁ ଏବେ ଦାହ ।। ୩ ।।




Rate this content
Log in

Similar oriya poem from Tragedy