ମାଲ୍ୟବନ୍ତରେ ବର୍ଷାକାଳ
ମାଲ୍ୟବନ୍ତରେ ବର୍ଷାକାଳ
ମାଲ୍ୟବନ୍ତରେ ବର୍ଷାକାଳ
===============
ତୁଳନାତ୍ମକ ସାହିତ୍ୟ
--------------
ପ୍ରଭୁ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣ ସୀତାଙ୍କ ହରଣ ପରେ ତାଙ୍କୁ ଖୋଜି ଖୋଜି ଇତସ୍ତତଃ ବୁଲୁଥାନ୍ତି l ଋଷ୍ୟମୁକ ପର୍ବତରେ ବାସକରୁଥିବା ବାନରରାଜ ସମ ଦୁଃଖି ସୁଗ୍ରୀବଙ୍କ ସହ ତାଙ୍କର ସଖ୍ୟ ସ୍ଥାପନ ହେଲା l ସୀତାଙ୍କ ଉଦ୍ଧାର କାର୍ଯ୍ୟରେ ବାନରରାଜ ସହାୟତା କରିବେ କହି, ପ୍ରତଶ୍ରୁତି ବଦ୍ଧ ହେଲେ l ସେତେବେଳକୁ ବର୍ଷାକାଳ ଆସି ଯାଇଥାଏ l ପ୍ରଭୁ ବିଚାର କଲେ, ବର୍ଷାକାଳ କଟିଗଲା ପରେ ଲଙ୍କା ଅଭିଯାନ ଆରମ୍ଭକରିବେ l ଏଣୁ ଏହି ଚାତୁର୍ମାସ୍ୟ ସେ ନିକଟସ୍ଥ ମାଲ୍ୟବନ୍ତ ଗିରିର ସୁନ୍ଦର ପ୍ରଶ୍ରବଣ ଶୈଳଶିଖରରେ ନିବାସ କଲେ l ପ୍ରଭୁଙ୍କର ସେହି ମନୋରମ ବର୍ଷାକାଳୀନ ମାଲ୍ୟବନ୍ତ ଗିରି ବାସକୁ ଗୋସ୍ୱାମୀ ତୁଳସୀ ଦାସ ରାମଚରିତ ମାନସରେ ଅତି ସୁନ୍ଦର ଭାବରେ ବର୍ଣ୍ଣନା କଲେ l
ଦେଖି ମନୋହର ଶୈଲ ଅନୁପା l
ରହେ ତହିଁ ଅନୁଜ ସହିତ ସୁରଭୂପା ll
ମଧୁକର ଖଗ ମୃଗ ତନୁ ଧରି ଦେବା l
କରହି ସିଦ୍ଧ ମୁନି ପ୍ରଭୁକେ ସେବା ll
ମଙ୍ଗଲ ରୂପ ଭୟଉ ବନ ତଵ ତେଏଁ l
କିହ୍ନ ନିବାସ ରମାପତି ଜବ ତେଏଁ ll
ଫଟିକ ଶିଲା ଅତି ଶୁଭ୍ର ସୁହାଇ l
ସୁଖ ଆସୀନ ତହାଁ ଦଉ ଭାଈ ll
କହତ ଅନୁଜ ସନ କଥା ଅନେକା l
ଭଗତୀ ବିରତି ନୃପନୀତି ବିବେକା ll
ବରଷା କାଲ ମେଘ ନଭ ଛାଏ l
ଗରଜତ ଲାଗତ ପରମ ସୁହାଏ ll
ଲଛିମନ ଦେଖ ମୋର ଗନ
ନାଚତ ବାରିଦ ପେକ୍ଷି l
ଗୃହୀ ବିରତି ରତ ହରଷ ଜସ
ବିଷ୍ଣୁ ଭଗତ କହୁଁ ଦେଖି ll
ଘନ ଘମଂଡ ନଭ ଗରଜତ ଘୋରା l
ପ୍ରିୟା ହୀନ ଡରପତ ମନ ମୋରା ll
ଦାମିନୀ ଦମକ ରହ ନ ଘନ ମାହିଁ l
ଖଲ କେ ପ୍ରୀତି କଥା ଥିର ନାହିଁ ll
ବରଷହିଁ ଜଲଦ ଭୂମି ନିଅରାଏଁ l
ଯଥା ନୱହିଁ ବୁଧ ବିଦ୍ୟା ପାଏଁ ll
ଵୁନ୍ଦ ଆଘାତ ସହହିଁ ଗିରି କୈସେ l
ଖଲ କେ ବଚନ ସନ୍ତ ସହ ଜୈସେ ll
ଛୁଁଦ୍ର ନଦୀ ଭରି ଚଲି ତୋରାଇଂ l
ଜସ ଥୋରେହୁଁ ଧନ ଖଲ ଇତରାଇ ll
ଭୂମି ପରତ ଭା ଡାବର ପାନି l
ଜନୁ ଜୀବହିଁ ମାୟା ଲପଟାନି ll
ସିମିଟି ସିମିଟି ଜଲ ଭରହିଁ ତଲାୱl l
ଜିମି ସଦଗୁଣ ସଜ୍ଜନ ପହିଁ ଆୱା ll
ସରିତା ଜଲ ଜଲନିଧି ମହୁଁ ଯାଇ l
ହୋଇ ଅଚଲ ଜିମି ଜୀବ ହରି ପାଇ ll
ହରିତ ଭୂମି ତ୍ରୁନ ସଂକୁଲ
ସମୁଝି ପରହିଁ ନହିଁ ପନ୍ଥ l
ଜିମି ପାଖଣ୍ଡ ବାଦ ତେ
ଗୁପ୍ତ ହୋଇ ସଦଗ୍ରନ୍ଥ ll
ଦାଦୁର ଧୁନି ତହୁଁ ଦିଶା ସୁହାଇ l
ବେଦ ପଢଇଁ ଜନୁ ବଟୁ ସମୁଦାଇ ll
ନବ ପଲ୍ଲଵ ଭଏ ବିଟପ ଅନେକା l
ସାଧକ ମନ ଜସ ମିଲେ ବିବେକା ll
ଅର୍କ ଜଵାସ ପାତ ବିନୁ ଭୟଉ l
ଜଶ ସୁରାଜ ଖଲ ଉଦ୍ୟମ ଗୟଉ ll
ଖୋଜତ କରହୁଁ ମିଲଇ ନହିଁ ଧୁରି l
କରଇ କ୍ରୋଧ ଜିମି ଧରମହିଁ ଦୂରି ll
ଶଶୀ ସମ୍ପନ୍ନ ସୋହ ମହି କୈସି l
ଉପକାରୀ କୈ ସମ୍ପତ୍ତି ଯେଇସି ll
ନିଶି ତମ ଘନ ଖଦ୍ୟୋତ ବିରାଜା l
ଜନୁ ଦମ୍ଭିହ୍ନ କର ମିଲା ସମାଜା ll
ମହାବୃଷ୍ଟି ଚଲି ଫୁଟି କିଆରୀଇଁ l
ଜିମି ସ୍ୱତନ୍ତ୍ର ଭଏଁ ବିଗରହିଁ ନାରୀ ll
କୃଷି ନିଅରହିଁ ଚତୁର କିଷାନା l
ଜିମି ବୁଧ ତଜହିଁ ମୋହ ମଦ ମାନା ll
ଦେଖିଅତ ଚକ୍ରବାକ ଖଗ ନାହିଁ l
କଲିହି ପାଇ ଜିମି ଧର୍ମ ପରାହିଁ ll
ଉଷର ବରଷଇ ତୃନ ନହିଁ ଜାମା l
ଜିମି ହରିଜନ ହିଁୟ ଉପୁଜ ନ କାମା ll
ବିବିଧ ଜନ୍ତୁ ସଂକୁଳ ମହି ଭ୍ରାଜା l
ପ୍ରଜା ଵାଢ ଜିମି ପାଇ ସୁରାଜା ll
ଜହଁ ତହଁ ରହେ ପଥିକ ଥକି ନାନା l
ଜିମି ଇନ୍ଦ୍ରିୟ ଗନ ଉପଜେ ଜ୍ଞାନା ll
କବହୂ ପ୍ରବଲ ବହ ମାରୁତ
ଜହଁ ତହଁ ମେଘ ଵିଲାହିଁ l
ଜିମି କପୁତ କେ ଉପୁଯଏଁ
କୁଲ ସଦ୍ଧର୍ମ ନସାହିଁ ll
କବହୂ ଦିବସ ମହଁ ନିବିଡ଼
ତମ କବହୁଂ ପ୍ରଗଟ ପତଙ୍ଗ l
ବିନସଇ ଉପଜାଇ ଜ୍ଞାନ ଜିମି
ପାଇ କୁସଙ୍ଗ ସୁସଙ୍ଗ ll
ରାମଚରିତ ମାନସର ଏହି ସୁନ୍ଦର ପଦ୍ୟାବଳୀକୁ ଆମର ବରେଣ୍ୟ କବି କବିବର ରାଧାନାଥ ରାୟ ମଞ୍ଜୁଳ ଛନ୍ଦରେ ବର୍ଣ୍ଣନା କଲେ ବର୍ଷା ବର୍ଣ୍ଣନା ବା ତୁଳସୀ ସ୍ତବକରେ:
ପ୍ରସ୍ରବଣ ଶଇଳେ କଲେ ବସତି l
ସୌମିତ୍ରି ସଂଗେ ପ୍ରଭୁ ରାଘବପତି ll
ବହଇ ଗୋଦାବରୀ ସେ ଗିରି ପାଦେ l
ଶିଳା ବନ୍ଧୁର ଶେଯେ ଝର୍ଝର ନାଦେ ll
ଏକେ ସୁନ୍ଦର ଗିରି ଝର ଶିରାଳ l
ଦୁଯେ ମହୀରେ ବିଜେ ବରଷାକାଳ ll
ମେଘମାଳେ ମେଦୁର ଦେଖି ବିତାନ l
କହନ୍ତି ଲକ୍ଷ୍ମଣଙ୍କୁ ଶ୍ରୀ ରଘୁରାଣ ll
ଲକ୍ଷ୍ମଣ ଘନ ଦେଖି ନାଚଇ କେକି l
ଭକତ ଯଥା ଭବମାୟା ଉପେକ୍ଷି ll
ବିତରେ ଅକାତରେ ଜୀବନ ଘନ l
ଧନ୍ୟ ସେ ଦାତା ଜାଣେ ଯାଚକ ମନ ll
ନୀଳନୀରଦ ମାଳେ ଖେଳେ ଚପଳା l
ଖଳ ପୀରତି ପ୍ରାୟେ ସଦା ଚପଳା ll
ବେନି କୋଟିକି ନିହି ବେନି ଶିଖରେ l
ତ୍ରିବର୍ଣ୍ଣ ଜ୍ୟୋତି ସ୍ରୋତ ସୃଜି ଅମ୍ବରେ ll
ମଣ୍ଡେ ଜିମୂତ ଭାଲ ଶକ୍ର କାର୍ମୁକ l
ଆଶା ଉଜ୍ୱଳେ ଯଥା ଆସ୍ତିକ ମୁଖ ll
ଠାବେ ଠାବେ ଶଇଳ ନୀଳ ବିଗ୍ରହେ l
ଧବଳ ଅଭ୍ରଖଣ୍ଡ କି ଶୋଭା ବହେ ll
ଚିତ୍ତେ ହୁଅଇ ପ୍ରତେ ପଡିଛି ଟିକି ll
କ୍ଷୀରୋଦ ଫେଣ ବିଷ୍ଣୁ ଅଙ୍ଗେ ଛିଟିକି ll
ଜଳପ୍ରପାତ ଗର୍ଜି ଗଭୀର ରବେ l
ତୁଙ୍ଗ ଭୃଗୁରୁ ଡେଇଁପଡ଼େ ଭୈରବେ ll
ସେ ରାବେ ପ୍ରତିରାବ ଦିଅଇ ଦରି l
ଧର୍ମ ଶାସନେ ହୃଦୁଁ ବିବେକ ପରି ll
ସହନ୍ତି ଧାରାପାତ ଶଇଳ ଗଣ l
ଖଳ ବଚନ ଯଥା ସହେ ସୁଜନ ll
ଫିଟିଛି ଝର ଦେଖ ଟାଙ୍ଗର ଅଙ୍ଗେ l
ପାଷାଣ୍ଡେ ହରିପ୍ରେମ ଯଥା ସୁସଙ୍ଗେ ll
ଚାଲନ୍ତି କୂଳଲଂଘି ଗିରି ସରିତେ l
ମତ୍ତ ପାମର ଯଥା ଅଳପ ଵିତ୍ତେ ll
ଗୋଦାବରୀକି ସର୍ବେ କରନ୍ତି ଗତି l
ମହତ ଆଶ୍ରା ବିନୁ କାହିଁ ମୁକତି ll
ଆବିଳ ନବଜଳ ପରଶି ମହୀ l
ମାୟାରେ ଜୀବ ଯଥା ଜଡ଼ି ହୁଅଇ ll
ନିରତେ ନୀରପାତେ ପୁରିଲା ସର l
ସାତ୍ଵିକ ଗୁଣେ ଯଥା ସାଧୁ ଅନ୍ତର ll
ନିମ୍ନଗା ନୀର ବେଗେ ସାଗରେ ଧାଏଁ l
ଶାଶ୍ୱତେ ଭକ୍ତ ଜନ ମନ ପରାୟେ ll
ସାଗରେ ନିଜ ଗୋତ୍ର ଯାଏ ବିସ୍ମରି l
ଭକ୍ତ ତନ୍ମୟ ଯଥା ଲଭିଲେ ହରି ll
ଉପୁଡି ପଡ଼େ ତୀର ବିଟପୀ ନୀରେ l
ବିଟପୀ ମନ ଯଥା ଲମ୍ପଟ ଗିରେ ll
ମାତ୍ର ଶଇଳ ଦେଖ ଉଭା ଅଟଳେ l
କାମି ଚାଟୁରେ ସତୀ ମନ କି ଟଳେ ll
ଲଙ୍ଘଇ ନଦୀସ୍ରୋତ ସେତୁ ବନ୍ଧନ l
ରାଜଦ୍ରୋହୀ ଯେସନ ରାଜ ଶାସନ ll
ବହି ଯାଉଛି ବାରି ଭେଦି କିଆରୀ l
ମର୍ଯ୍ୟାଦା ଲଂଘେ ଯଥା ସ୍ୱତନ୍ତ୍ରl ନାରୀ ll
ଦର୍ଦୁର ରବ ଶୁଣି ନିରବ ପିକ l
ମୂଢ଼ ସଭାରେ ମୂକ ଯଥା ଧାର୍ମିକ ll
ଡାହୁକ ବଂଶକୁଞ୍ଜେ ନିରତେ ରାବେ l
ବହୁଭାଷୀ ଯେସନ ଜଳ୍ପେ ସ୍ୱଭାବେ ll
ହରିତ ଦୁର୍ବାଦଳେ ହୋଇ ମଣ୍ଡନ l
ନିଦାଘ ରୁକ୍ଷ ମହୀ ଦିଶେ ଯତନ ll
ସରସ ସାଧୁ ହୃଦ ହୁଏ ଯେପରି l
ଶୁଷ୍କ ବୈରାଗ୍ୟେ ଭକ୍ତି ରସ ସଞ୍ଚରି ll
ପଲ୍ଲବ କଅଁଳିଲା ବୃକ୍ଷେ ଅନେକ l
ସାଧକ ହୃଦେ ଯଥା ଉଦେ ବିବେକ ll
ଅର୍କ ପାଦପ ହେଲା ପତ୍ରବିହୀନ l
ସୌରାଜ୍ୟେ ଖଣ୍ଟ ଯଥା ହୁଅନ୍ତି ଦୀନ ll
କଦମ୍ବ ବିକଶିଲା ଗିରି କାନନେ l
କଦମ୍ବ ବନ୍ଧୁ ମେଘ ମନ୍ଦ୍ର ନିସ୍ବନେ ll
ଭକତ ବନ୍ଧୁ ହରି ନାମ କୀର୍ତ୍ତନୁ l
ହର୍ଷେ ପୁଲକେ ଯଥା ଭକତ ତନୁ ll
ଗୁଳ୍ମ ଗହଳେ ପଥ ଗଲାଟି ହରି l
ବିଧର୍ମୀ ରାଜପଣେ ଶାସ୍ତ୍ର ଯେପରି ll
ଶସ୍ୟେ ବସୁଧା କେଡେ ଶୋଭା ଆସ୍ପଦ l
ଉପକାରୀ ଜନର ଯେହ୍ନେ ସମ୍ପଦ ll
ଉଭେଇଗଲେ ନଭୁଁ ଜ୍ୟୋତିଷ୍କଗଣେ l
ଜ୍ୟୋତି ଦେଖାଇହେଲେ ଜ୍ୟୋତିରିଙ୍ଗଣେ ll
ମୂର୍ଖରାଜ୍ୟେ ଯେସନ ବଢେ ଆଦର l
ନିର୍ଗୁଣେ ଗୁଣିଜନେ ହୁଅନ୍ତି ପର ll
କୃଷକେ ଉପାଡିଲେ ବାଳୁଙ୍ଗା କ୍ଷେତୁଁ l
ସାଧୁ ଯେସନ ଆତ୍ମବଡ଼ିମା ଚେତୁଁ ll
ସଲିଳୁଁ ପଳାଇଲେ କୋକେ ତୁରିତେ l
ଅବୁଝାରାଜା ରାଜ୍ୟୁ ଯଥା ପଣ୍ଡିତେ ll
ନ ଉଠେ ନୀରସତ୍ୱେ ତୃଣ ଉଷରେ l
ବିକାର କାମ ପ୍ରାୟ ସନ୍ଥ ଅନ୍ତରେ ll
ଜନ୍ତୁ ସଂକୁଳ ବନସ୍ଥଳୀ ସମ୍ପ୍ରତି l
ସୌରାଜ୍ୟେ ପ୍ରଜାପୂର୍ଣ୍ଣ ରାଷ୍ଟ୍ର ଯେମିତି ll
ବାଟୋଇ ଠାବେ ଠାବେ ଅଟକି ରହେ l
ଇନ୍ଦ୍ରିୟ ଯଥା ଦିବ୍ୟଜ୍ଞାନ ଉଦୟେ ll
ପ୍ରବଳ ବାୟୁ କେବେ ତଡେ ଜଳଦ l
କୁପୁତ୍ର ଯଥା କୁଳ ଧର୍ମ ସମ୍ପଦ ll
କ୍ଷଣେ ନିବିଡ଼ତମ ଗ୍ରାସଇ ଧରା l
କ୍ଷଣେ ଉପୁଜେ ପୁଣି ପ୍ରଚଣ୍ତ ଖରା ll
କୁସଙ୍ଗ ଏହିପରି ସୁଜ୍ଞାନ ନାଶେ l
ସୁସଙ୍ଗ ଏହିପରି ଜ୍ଞାନ ପ୍ରକାଶେ ll
ଦେଖ ମଳିନ ହୋଇ ଆଶ୍ରମ ସର l
ନ ବହେ ହୃଦେ ଛବି ତୀର ବନର ll
ମତିକି କଳୁଷିତ କଲେ ଯେସନେ l
ଅକ୍ଷମ ଜନେ ପର ଗୁଣ ଗ୍ରହଣେ ll
ଦେଖ ଦେଖ ଅଗ୍ରତେ ସରସୀ ଜଳେ l
ପଡି ମଣ୍ଡୁକ କ୍ରୁର ଅହି କବଳେ ll
ବିକଳେ ରା଼ବୁଁ ରା଼ବୁଁ ଉର୍ଦ୍ଧ୍ୟେ ଉଡ୍ଡିନ୍ନ l
ଉହୁଁକି ଶିଶୁ କଙ୍କି ଦେଲା ଗିଳିଣ ll
କାଳ କବଳେ ସିନା ଏ ରୂପେ ଭାଈ l
ଆରତେ ନର ଘାରି ହେଉଣ ଥାଇ ll
ତେବେହେଁ ମନାସଇ ଲଭି ଏ ଦଶା l
ମେଣ୍ଟାଇବାକୁ ଭବ ଭୋଗ ଲାଳସା ll
ବରଷାକାଳ ଅଟେ ଉଦ୍ଭିଦ ମିତ୍ର l
ମାତ୍ର ପଙ୍କଜ ମଲା ନୋହେ ବିଚିତ୍ର ll
ଜଳ ଗହଳ ହେଲା ତା ପକ୍ଷେ ଯମ l
ଅତି ସମ୍ପଦ ବାବୁ ମହା ବିଷମ ll