STORYMIRROR

Kalandi pal

Inspirational

4  

Kalandi pal

Inspirational

ମାଗଣା ଅଛି ତ ଦିଅ

ମାଗଣା ଅଛି ତ ଦିଅ

1 min
233


ଶ୍ରମେ ଉପାର୍ଜିତ ଶ୍ରମ ଫଳ ବିତ୍ତ

  ସତପଥେ ସଦା ଲାଗେ 

ବିନା ଶ୍ରମେ ବିତ୍ତ କଲେ ଉପାର୍ଜିତ

  ନାନା ଦୁଃଖ କ୍ଳେଶ ଭୋଗେ !!


ଜନତାର ରାଜା ହୋଇଲେଟି ଗୋଜା

  ସମାଜଟି କଳୁଷିତ 

ପ୍ରଜା ଶୋଉଥାଏ ସନ୍ତରା ବଣରେ

  ସୁରା କରେ ହନ୍ତସନ୍ତ !!


ଅବୁଝାମଣାର ଏଠି ସରକାର

  ଜନତା ତ ତହୁଁ ବଳି 

ମାଗଣା ଚାଉଳ ଚିନି କିରୋସିନି

  ଘରେ ଘରେ ଗଲା ପୁରି !!


ତେଲ ଲୁଣ ସହ ଘର ପାଇଖାନା

   ପିଲାଙ୍କ ପଢିବା ପାଠ 

ଡାକ୍ତର ଖାନାଠୁ ମଶାଣି ପର୍ଯ୍ୟନ୍ତ

   ଖଞ୍ଜିଲେ ଶାସକ ଶେଠ !!


ପରିଶ୍ରମ ଫଳ ଜେଜେ ବାପାଙ୍କର

  ଥିଲା ସ୍ୱର୍ଗୀୟ ଆନନ୍ଦ 

ଦେହ ପାଆ ସଦା ଭଲ ରହୁଥିଲା

   ଖୋଜା ନ ଥିଲା ଓଷଦ !!


ମାଗଣାରେ ଖାଇ ମାଗଣାରେ ପାଇ

  ସଭିଏଁ ହେଲେ କୋଢିଆ 

ପରିଶ୍ରମ ପାଇଁ ମନ ଆଉ ନାହିଁ

  ଜମିବାଡି ପଡେ ପଡିଆ !!


ମାଗଣା ଶବ୍ଦଟା ଏତେ ମୂଲ୍ୟବାନ

  କାନରେ ବାଜିଲେ ଥରେ 

ମାଗିଖିଆ ଭଳି ଏ ଜନତା ବଳି

  ଲଗାନ୍ତି ଧାର ସେଠାରେ !!


କିବା ଖଟିଖିଆ ଧନୀ କି ମୁଲିଆ

  ଚାହାଁନ୍ତି ସର୍ବେ ମାଗଣା 

ଜନତା ମାଗଣା ସର୍କାର ମାଗଣା

  ମାଗଣାରେ ବାଟ ବଣା !!


ମାଗଣାରେ ନେତା ଖୋଲେ ବ୍ୟାଙ୍କ ଖାତା

  ବଢ଼ାନ୍ତି ଅସତ ଧନ 

ମାଗଣା ଖାଇବା ଜନତା ଶିଖିଲେ

  ଭୁଲିଗଲେ ସ୍ୱାଭିମାନ !!


ମାଗଣା ଅଛିତ ହୁଏ ଜନ ଯାତ

  ଦେବାକୁ ସରବେ ହାଡ଼ି 

ଚାରି ବାହୁ ମେଲି ଆସିଲା କୁଆଡୁ

  ମାଗଣା ରୋଗଟା ମାଡି !!


ପରିଶ୍ରମ ବିନା ନାହିଁ ସୁଖ କେବେ

  ରୋଗ ହୁଏ ଉପଶମ 

ବିନା ପରିଶ୍ରମେ ଅଳ୍ପାୟୁଷେ ଜନେ

  ବାନ୍ଧି ନେଉଥାଏ ଯମ !!



Rate this content
Log in

Similar oriya poem from Inspirational