STORYMIRROR

Santosh Mishra

Abstract

2  

Santosh Mishra

Abstract

ମାଗିଥିଲି ବୋଲି

ମାଗିଥିଲି ବୋଲି

1 min
446

ଚାହା ପିଇ ପିଇ

ପତ୍ନୀ ସହ ବସି

ଘର କଥା ହେଉଥିଲି,

ଗଲା ଦିନ କଥା

ମନେ ପଡିବାରୁ

କୃପଣ ଶଶୁର

କହୁ କହୁ କହିଦେଲି


ସହି ପାରିଲାନି

କହିଲା ସେ ମୋତେ

ବାପା, କୃପଣ ନୁହଁନ୍ତି କେବେ,

ପାଇଲନି କିଛି

ମୋ ବାପାଙ୍କ ଠାରୁ

ଯୌତୁକ ମାଗିଲ ଯେବେ


ମାଗିଥିଲ ତୁମେ

ମଟର ସାଇକେଲ

ନ ମାଗିଥିଲେ

କାର୍ ପାଇଥାନ୍ତ,

ମାଗିଥିଲ ତୁମେ

ଗୋଟିଏ କୁଲର

ନ ମାଗିଥିଲେ 

ଏସି ଆଣିଥାନ୍ତ


ମାଗିଥିଲ ବୋଲି

ଟିଭି ଦେଲେ,

ନ ମାଗିଥିଲେ

ଏଲିଡି ଦେଇ ଥାନ୍ତେ,

ମାଗିଥିଲ ବୋଲି

ନୋକିଆ ମୋବାଇଲ ଦେଲେ,

ନ ମାଗିଥିଲେ

ସୋନି ଏକ୍ସ ପିରିଆ

ସ୍ମର୍ଟ ଫୋନ ଦେଇଥାନ୍ତେ


ଲେପ୍ ଟପ୍ କୋମ୍ପୁଟର

ଚଲେଇ ବୁଝୁନି

ସେଥିପାଇଁ ମାଗିବା

ସାହସ ହେଲାନି,

ସୋଫା, ଡାଇନିଙ୍ଗ ଟେବୁଲ

ପକାଇବା ପାଇଁ

ତୁମ ଘରେ ଜାଗା ନାହିଁ

ନ ଖୋଲି ନଷ୍ଟ କରିଦେବ ବୋଲି

ତୁମକୁ ଦେଲେନି


ମାଗିଥିଲ ତୁମେ

ଫ୍ରିଜ୍ ଗୋଟିଏ

ନ ମାଗିଥିଲେ ପାଇଥାନ୍ତ

ଡବଲ ଡୋର୍,

ବରଯାତ୍ରୀ ପାଇଁ

ଥଣ୍ଡା କହିଥିଲ

ନ କହିଥିଲେ

ପିଇଥାନ୍ତେ ବିଅର୍


ସବୁ ଶୁଣି ଶେଷରେ କହିଲି,

ଠିକ୍ କହିଲ

ମାଗିଥିଲି ଗାଆଁରେ

ଜାଗା ଖଣ୍ଡେ ଦେବ

ନ ମାଗିଥିଲେ

ରାଜଧାନୀରେ

ଫ୍ଲାଟ୍ ପାଇଥାନ୍ତି,

ମାଗିଥିଲି ବୋଲି

ତୁମକୁ ପାଇଲି

ନ ମାଗିଥିଲେ

ତୁମ ସହ ଷ୍ଟେପିନିରେ

ଶାଳୀକୁ ଫ୍ରି ରେ ଆଣିଥାନ୍ତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract