STORYMIRROR

Samar Ballav Bhoi

Abstract Romance Inspirational

4  

Samar Ballav Bhoi

Abstract Romance Inspirational

ମାଗିବାକୁ ଇଛାଥିଲା

ମାଗିବାକୁ ଇଛାଥିଲା

1 min
190


ବହୁତ ମାଗିବାକୁ ଇଛା ଥିଲା ମୋର 

ପ୍ରିୟାର ଚାହାଣୀ ଓ ମୁରୁକି ହସ

ହସ ମାଗିଦେଲି ଯେବେ ମୁଁ ପ୍ରିୟାର

ହଠାତ୍ ପ୍ରେମ ହୋଇଗଲା ଶେଷ।।


ଜହ୍ନକୁ ମାଗିଲି ଜୋଛନା ଟିକକ

ପ୍ରିୟା ଲାଗି ଅତି ଦରକାର

କଳା ବାଦଲ ଟା ଜହ୍ନକୁ ଢାଙ୍କିଲା

ପ୍ରିୟା ଠୁଁ ମୁଁ ହୋଇଲି ଦୁ୍ର।।


କୋଇଲି କୁ ଯେବେ ମାଗିଲି ତା ସ୍ବର

ପ୍ରିୟା ଲାଗି ସଂଗୀତ ଟା ଦରକାର

ବସନ୍ତ ଋତୁଟା ଅଟ୍ଟହାସ୍ୟ କଲା 

ପ୍ରିୟା ଠୁଁ ପାଇଲି ନାହିଁ ମୋ ଉତ୍ତର।।

  

ଆକାଶ କୁ ଯେବେ ମାଗିଲି ବରଷା

ମୋ ପ୍ରିୟା ଭିଜିବାକୁ ଭାରି ଆଶା

ବରଷା ମୋ ସାଥେ ଧ୍ବକା ଦେଇଦେଲା

ପ୍ରିୟା ଠୁଁ ମିଳିଲା ନି ଆଉ ଭରସା।।

 

ରାତିକୁ ମାଗିଲି ଦେବାକୁ ସପନ 

ମୋ ପ୍ରିୟା ଭଲପାଏ ବୋଲି

ସପନ ଟା ଏଠି ଅଧାଗଢ଼ା ହେଲା

ପ୍ରିୟା ସେଦିନ ଠୁଁ ଗଲା ଭୁଲି।।


ମାଗିବାକୁ ଇଛା ଥିଲା ଯେତେ ମୋର

ପ୍ରିୟା ଠୁଁ ରହିଲା ଦୁର

ଆଶା ଭରସାର ଭାବନା ତଟରେ

ମୁଁ ଏକା ହୋଇଗଲି ପର।।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract