STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ମାଗେ କୃପା ବାରିଧି

ମାଗେ କୃପା ବାରିଧି

1 min
289


ପ୍ରଭୁ ଜଗନ୍ନାଥ ଦେଇ ଦସ୍ତଖତ

ଭୂମିଷ୍ଠ କରିଲ ଯଦି

ଜନ୍ମ ଆରମ୍ଭରୁ ଆଣି ଏଯାବତ

ଭାଙ୍ଗିଦିଅ ତୁମ ଜିଦି ll

କର୍ମ ଦିଅ ପ୍ରଭୁ ଅକର୍ମ ଜନକୁ

ଜନମ କରାଇ ସିଦ୍ଧି

ପଞ୍ଚଇନ୍ଦ୍ରୀୟ ଭରିଯାଉ ସ୍ନେହ

ପ୍ରୀତି ମୈତ୍ରୀ ଭେଦି ll

ନିଜ ଦୁଃଖ ସହ ଅନ୍ୟର ଦୁଃଖ

ମଣିଷ ପାରୁ ବୁଝି

ମଣିଷ ସଂସାରେ ଶ୍ରେଷ୍ଠ ସୃଷ୍ଟିରେ

ଦିଅ ତାକୁ ସଦବୁଦ୍ଧି ll

ଅଢେଇ ଦିନର ଖେଳ ଏ ସଂସାରେ

ସଭିଙ୍କୁ ନିଜର ଭାବି

ଜୀବେ ଦୟା ଧର୍ମ ପୁଣ୍ୟ କର୍ମ ମାନ

କରୁଥାଉ ଭାବି ଚିନ୍ତି ll

ତୁମେ ଆକର୍ମରେ କର୍ମ ଦିଅ ମହାବାହୁ

ମଣିଷ କରୁଥାଉ ପୂଜା ଵିଧି

ତୁମରି ଇଛାକୁ ପରିପ୍ରକାଶ ପାଇଁକି

ନିୟନ୍ତ୍ରକ ହୋଇ କରୁ ଶୁଦ୍ଧି ll

କାମନା ବାସନା ରହିତ ହୋଇଲେ

ସଂସାରେ ମିଳିବ ପ୍ରସିଦ୍ଧି

ମଲା ବେଳେ କିଛି ନେବେନାହିଁ କେହି

 ଆହା ଛାଡିଗଲା ନିଜ ପରିଧି ll

ଏତିକି ଟିକିଏ ଶୁଣିବା ପାଇଁକି ଜୀବନେ

ସେବା ଦାନ ପୁଣ୍ୟ କର୍ତ୍ତବ୍ୟ ଭେଦି

ନ୍ୟାୟ ପଥ ଓ ପାଥେୟ ଚାଲିଲେ ନିଶ୍ଚୟ ll

ମିଳିବ ଫଳ ପ୍ରାପ୍ତି ଅବଧି

ମାର୍ଗଦର୍ଶକ ପଥ ପଦର୍ଶକ ନିଜେ

ନିଜ ବୃତ୍ତରେ ହୁଅ ପରିଧି ll


Rate this content
Log in

Similar oriya poem from Classics