STORYMIRROR

Prasanta kumar Hota

Tragedy

3  

Prasanta kumar Hota

Tragedy

ମାଗେ ଦରଶନ

ମାଗେ ଦରଶନ

1 min
14.1K


ଯାଉଛି ଶ୍ରୀକ୍ଷେତ୍ର ମୁହିଁ ଦେଖିବି ଠାକୁରେ

ଠିଆ ହେବି ଦଣ୍ଡେ ମୁହିଁ ଅରୁଣ ପଛରେ

ଚାହିଁବି ନେତକୁ ଆଗ ପଶିବି ତାପରେ

ହାତ ଯୋଡି କହୁଥିବି ଗୋବିନ୍ଦ ମୁରାରେ

ହରେକୃଷ୍ଣ ହରେରାମ ହରେ ହରେ ହରେ


ବାଇଶି ପାହାଚ ତୋର ପତିତ ଉଦ୍ଧାରେ

ଉଦ୍ଧରି ଯିବିକି ମୁହିଁ ଗଲେ ଶ୍ରୀକ୍ଷେତ୍ରରେ

ଯାଉଛି ଶ୍ରୀକ୍ଷେତ୍ର ମୁହିଁ ଦେଖିବି ଠାକୁରେ

ହାତ ଯୋଡି କହୁଥିବି ଗୋବିନ୍ଦ ମୁରାରେ

ହରେକୃଷ୍ଣ ହରେରାମ ହରେ ହରେ ହରେ


ଧିରେ ଧିରେ ବେଢା ମାରି ଦେଉଳେ ପଶିବି

ଗରୁଡ ସ୍ତମ୍ଭର ପାଖେ ତୋତେ ଦେଖୁଥିବି

କହୁଥିବି ନିଅ ବୋଲି ଗୁହାରି ସାଦରେ

ସତେକିବା ପ୍ରଭୁ ମୋର ପାଇବି ପାଖରେ

ହରେକୃଷ୍ଣ ହରେରାମ ହରେ ହରେ ହରେ


ଦକ୍ଷିଣେ ଅଛନ୍ତି ମା ସୁଭଦରା ଦେବୀ

ଭାଇ ବଳବନ୍ତ ଯାର ଅସାଧ୍ୟ ଆହାବି

ଭାବୁଅଛି କହିବିକି ମୋ କଥା ତାଠାରେ

ବଳବନ୍ତେ କହିଦେଲେ କହିବେ ଜଗାରେ

ହରେକୃଷ୍ଣ ହରେରାମ ହରେ ହରେ ହରେ


ଏତିକି ମାଗୁଣି ମୋର ତୋତେ ମୁଁ ଦେଖିବି

ତୋବଦନ ଦରଶନେ ଧନ୍ୟ ମୁଁ ମଣିବି

ସବୁତ ଦେଇଛ ମୋତେ ଦରବ ପାଖରେ

ଜୀବ ଥିବାଯାକ ଡାକୁଥିବି ମୁଁ ତୋତେ ରେ

ହରେକୃଷ୍ଣ ହରେରାମ ହରେ ହରେ ହରେ


ଥକା ମାରି ବସି ଚକା ଆଖି ଦେଖୁଥିବି

ତୋର ନାମ ତୁଣ୍ଡେ ଧରି ଜୀବ ମୁଁ ଛାଡିବି

ସତେକି ଘଟିବ ଅବା କହୁଛି ମୋହରେ

ହାତଯୋଡି ଡାକୁଥିବି ଗୋବିନ୍ଦ ମୁରାରେ

ହରେକୃଷ୍ଣ ହରେରାମ ହରେ ହରେ ହରେ


ବିକଳ ମୋ ନୟନ ଏ ମାଗେ ଦରଶନ

ତୋ ପାଖରେ ବସି ହେବି ଆନନ୍ଦେ ମଗନ

ହାତଯୋଡି କହୁଥିବି ଗୋବିନ୍ଦ ମୁରାରେ

କହି କହି ନାଚୁଥିବି ଆନନ୍ଦେ ଅଧିରେ

ହରେକୃଷ୍ଣ ହରେରାମ ହରେ ହରେ ହରେ


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy