ମାଛି-ମହୁମାଛି କଳି
ମାଛି-ମହୁମାଛି କଳି


ମାଛି ମହୁମାଛି ଲାଗିଲେ କଳି,
କହିଲେ କିଏ ସେ କା' ଠାରୁ ବଳି?
ଅହକାଂରୀ ମାଛି କ୍ରୋଧେ କହଇ,
ମୋର ପ୍ରକୋପ ଜାଣିଛୁ କି ଭାଇ?
ହଇଜା,କଲେରା ମୋ ଯୋଗୁଁ ହୁଏ,
ରୋଗରେ ନର କେତେ କଷ୍ଟ ପାଏ।
ମହୁମାଛି କହେ ମାଛିକୁ ଚାହିଁ,
ରୋଗର ବାହକ ଅଟଇ ତୁହି।
ନାଳ ନର୍ଦ୍ଦମା ରେ କରିଛୁ ଘର,
ଘୃଣା ଯେ କରନ୍ତି ସଭିଏଁ ତୋର।
ଫୁଲରୁ ଫୁଲକୁ ଉଡି ବୁଲଇ,
ମହୁ ନେଇଆସେ ସମାଜ ପାଇଁ।
ପରିଶ୍ରମ କରି ପୁରାଏ ଭଣ୍ଡାର,
ମୋ ଠାରୁ ଶିଖନ୍ତି କର୍ମ ତତ୍ପର।
ଲୋକଙ୍କର ମୁଁ ବଡ ଉପକାରୀ,
ତୁ କାହୁଁ ହେବୁ ଯେ ମୋର ସରୀ।