STORYMIRROR

Trushna Das

Abstract Inspirational Others

4  

Trushna Das

Abstract Inspirational Others

ମାଆର ଯନ୍ତ୍ରଣା

ମାଆର ଯନ୍ତ୍ରଣା

1 min
196

ପ୍ରସବ ଯନ୍ତ୍ରଣା 

ବହୁତ କଷ୍ଟ ଭରା

ହେଲେ ଛୁଆ ଜନ୍ମ ପରେ ଆଣି ଦିଏ ଖୁସି ପରା

ସ୍ତ୍ରୀ ଟି ପୁନର୍ଜନ୍ମ ପାଏ ମାଆ ହୋଇ ପରା। 


ମାଆ ଦଶ ମାସ ଦଶ ଦିନ 

ସହି ଥାଏ ଯନ୍ତ୍ରଣା ଆନେକ

ଗର୍ଭରେ ଧରି ସନ୍ତାନକୁ ତାର

ଶୁଣିବାକୁ ମାଆ ଡାକ।। 


ସ୍ତ୍ରୀଟି ପ୍ରସବ ଯନ୍ତ୍ରଣା ସହି

ପାଇ ଥାଏ ନୂଆ ଉପାଧି 

ମାଆ ଡାକ ଶୁଣିବା ପାଇଁ 

ସହି ଥାଏ ଯେ ଏତେ କଷ୍ଟ କେହି ପାରିବେ ନାହିଁ କହି।। 


ହେଲେ ମାଆ ମନ 

ବୁଝିବା ଭାରି କଷ୍ଟ 

ଆଙ୍ଗୁଳି ଉଠିଥାଏ ସ୍ତ୍ରୀ ଉପରକୁ 

ମାଆ ନ ହୋଇ ପାରିଲେ ଦୋଷ ଦେବାକୁ

ନ ବୁଝି ତା ମନର କୋହକୁ।। 


ମାଆ ମନରେ ସବୁବେଳେ ତା ସନ୍ତାନର ଚିନ୍ତା 

ତାର ମଙ୍ଗଳ ପାଇଁ ସେ କରିଥାଏ ସବୁବେଳେ କାମନା

ସନ୍ତାନ ପରା ତା ଆଖି ତାରା

ତା ଜୀବନର ସବୁଠାରୁ ବଡ଼ ସମ୍ପତ୍ତି ପରା।। 


ହେଲେ ଆଜିର ଯୁବ ସମାଜ 

ବୁଝି ପାରନ୍ତି ନାହିଁ ମାଆର ମନ ଭାବ

କରି ଥାଆନ୍ତି ତାର ଅପମାନ 

ତାକୁ କରି ହେୟମାନ। 


ମାଆକୁ ବୁଢୀ ଅଦରକରୀ ଭାବି

ତାକୁ ଘରୁ ଦିଅନ୍ତି କାଢି

ରାସ୍ତାର ଭିକାରୀ ସଜାଇ

ଦିଅନ୍ତି ମାଆ ମନରେ ଯନ୍ତ୍ରଣା ଭରି।। 


ହେ ଆଜିର ଯୁବପିଢ଼ି 

ତୁମର ଏମିତି କାମ ପାଇଁ 

ଆମ ସଂସ୍କାରରେ କଳଙ୍କର ଦାଗ ଲାଗିଛି 

ମାଆର ଯନ୍ତ୍ରଣା ପାଇଁ କଣ ତୁମ ମନେ ନାହିଁ ଅନୁତାପ ଟିକେ ବି।। 


ହେ ଯୁବପିଢି 

ନିଅ ନିଜ କର୍ମକୁ ସୁଧାରି 

ନ ହେଲେ ତୁମ ଭବିଷ୍ୟତ ହୋଇବ ଅନ୍ଧକାର 

ତୁମ ସନ୍ତାନ ମଧ୍ୟ ତୁମକୁ କରିବେ ପର।। 


ମାଆକୁ ନ କରି ପର

କରିଲେ ସେବା ତାର

ପ୍ରସବ ଯନ୍ତ୍ରଣା ଓ ଅମୃତ ଧାରାର ଋଣ

ଟିକେ ଯିବ କମି ତୁମର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract