STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ମାଆର ରାନ୍ଧଣା

ମାଆର ରାନ୍ଧଣା

1 min
227


ମାଆର ହାତ ରନ୍ଧା କୁ କିଏ ବର୍ଣ୍ଣନା କରିବ

ମାଆ ପରି ମନ ଜାଣି କିଏ ଖୁଆଇବ

ଯିଏ ନିଜ କଥା କେବେ ଭାବେ ନାହିଁ

ନିଜ ସନ୍ତାନକୁ ଖୁଆଇ ନିଜେ ଶାନ୍ତି 

 ଲଭଇ

ପୁଅଟିଏ ବିଦେଶରେ ଥିଲେ ବି ମାଆର

ରାନ୍ଧଣା ଝୁରୁଥାଏ

ଯେତେ ସ୍ୱାଦିଷ୍ଟ ଖାଇଲେ ବି ମାଆର

ରାନ୍ଧଣାରେ ମନ ଥାଏ

ତୋ ହାତର ବଡି ଚୁରା, ଶାଗ, ପଖାଳରେ ମନ ଖୁସି ହୁଏ

ତୋର କୋଳ ସରଗପୁର ପୁଅଟି

ପାଇଁ ଲାଗୁଥାଏ

 ନିଜେ ନ ଖାଇ ବାଢ଼ି ଦେଉଥାଉ ସଭିଙ୍କୁ

ସଭିଙ୍କୁ ଖୁଆଇ ନିଜେ ଖୁସି ହେଉ

କେବେ ନ ଭାବୁ ନିଜ କଥାକୁ

ତୋର ତ୍ୟାଗକୁ କିଏ ବୁଝି ପାରିବ

ତୋର ମହାନତାକୁ କିଏ ଗାଇ ପାରିବ

ତୋର ହାତ ତିଆରି ପିଠା ଅମୃତ

ପରି ଲାଗଇ

ଆରିସା, କାକରା, ପରି କେତେ ପିଠା

କରୁ ତୋର ଶ୍ରମକୁ ଭୁଲି ଯାଇ

ହେଲେ ତୋରି ସନ୍ତାନ ସବୁ କଥା ଭୁଲି ତୋତେ କଷ୍ଟ ଦିଅନ୍ତି

କେବେ ଖାଇବାକୁ ନ ଦେଇ ତୋ 

ମହତ୍ତ୍ୱକୁ ଭୁଲି ଯାଆନ୍ତି

ତଥାପି ତୋର ସନ୍ତାନର ସବୁ ଦୋଷକୁ କ୍ଷମା କରୁ

ତୋ ସ୍ନେହ ଶ୍ରଦ୍ଧା ଦେଇ

ତୋର ଅନ୍ତରରୁ କହି ଥାଉ ଆରେ ଧନ ଖୁଆଇ ଦେବି ତୋତେ କେତେ

ବେଳୁ ଅଛି ଅନାଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational