ମାଆର ରାନ୍ଧଣା
ମାଆର ରାନ୍ଧଣା
ମାଆର ହାତ ରନ୍ଧା କୁ କିଏ ବର୍ଣ୍ଣନା କରିବ
ମାଆ ପରି ମନ ଜାଣି କିଏ ଖୁଆଇବ
ଯିଏ ନିଜ କଥା କେବେ ଭାବେ ନାହିଁ
ନିଜ ସନ୍ତାନକୁ ଖୁଆଇ ନିଜେ ଶାନ୍ତି
ଲଭଇ
ପୁଅଟିଏ ବିଦେଶରେ ଥିଲେ ବି ମାଆର
ରାନ୍ଧଣା ଝୁରୁଥାଏ
ଯେତେ ସ୍ୱାଦିଷ୍ଟ ଖାଇଲେ ବି ମାଆର
ରାନ୍ଧଣାରେ ମନ ଥାଏ
ତୋ ହାତର ବଡି ଚୁରା, ଶାଗ, ପଖାଳରେ ମନ ଖୁସି ହୁଏ
ତୋର କୋଳ ସରଗପୁର ପୁଅଟି
ପାଇଁ ଲାଗୁଥାଏ
ନିଜେ ନ ଖାଇ ବାଢ଼ି ଦେଉଥାଉ ସଭିଙ୍କୁ
ସଭିଙ୍କୁ ଖୁଆଇ ନିଜେ ଖୁସି ହେଉ
କେବେ ନ ଭାବୁ ନିଜ କଥାକୁ
ତୋର ତ୍ୟାଗକୁ କିଏ ବୁଝି ପାରିବ
ତୋର ମହାନତାକୁ କିଏ ଗାଇ ପାରିବ
ତୋର ହାତ ତିଆରି ପିଠା ଅମୃତ
ପରି ଲାଗଇ
ଆରିସା, କାକରା, ପରି କେତେ ପିଠା
କରୁ ତୋର ଶ୍ରମକୁ ଭୁଲି ଯାଇ
ହେଲେ ତୋରି ସନ୍ତାନ ସବୁ କଥା ଭୁଲି ତୋତେ କଷ୍ଟ ଦିଅନ୍ତି
କେବେ ଖାଇବାକୁ ନ ଦେଇ ତୋ
ମହତ୍ତ୍ୱକୁ ଭୁଲି ଯାଆନ୍ତି
ତଥାପି ତୋର ସନ୍ତାନର ସବୁ ଦୋଷକୁ କ୍ଷମା କରୁ
ତୋ ସ୍ନେହ ଶ୍ରଦ୍ଧା ଦେଇ
ତୋର ଅନ୍ତରରୁ କହି ଥାଉ ଆରେ ଧନ ଖୁଆଇ ଦେବି ତୋତେ କେତେ
ବେଳୁ ଅଛି ଅନାଇ
