STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ମାଆର ପଣତ

ମାଆର ପଣତ

1 min
2.9K

କେତେ ସୁଖ ପାଏ ତାହାରି କୋଳରେ

ତା ପଣତ ଅଟେ ମୋର ଜଗତ

ତାକୁ ସରି ହେବ କେ ଅବା ସଂସାରେ

ସିଏ ପରା ମୋ ମାଆ ଭାରତ


ଅନେକରେ ଏକ ଶିଖାଏ ଭାରତ

ନାନା ଜାତି ନାନା ଧର୍ମକୁ ନେଇ

ଶାନ୍ତିର ବାରତା ପୁଣି ସେ ଶିଖାଏ

ଅହିଂସାର ପଥେ ଜୀବନ ଜିଇଁ


ତା ପାଇଁ ଜିଇଁବି ମରିବି ତା ପାଇଁ

ଜୀବନକୁ ବାଜି ଲଗେଇ ଦେବି

ଦୁଃଖୀର ସେବାରେ ଦିନ କାଟିଦେବି

ଭୋକିଲା ପେଟରେ ଦାନା ମୁଁ ଦେବି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract