Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DR SAMIR RANJAN BEHERA

Inspirational

3  

DR SAMIR RANJAN BEHERA

Inspirational

ମାଆର ମହାନତା

ମାଆର ମହାନତା

1 min
251


ମାଆ ଅଟେ ସ୍ୱର୍ଗ ମାଆ ଯେ ଶାଶ୍ୱତ

 ମାଆ ପରା ମଙ୍ଗଳଦାୟିନୀ

କଲ୍ୟାଣମୟୀ ସେ ରକ୍ଷାକାରିଣୀ ବି 

  ମାଆ ବି ସଂହାରକାରିଣୀ ll ୧ ll


ହେଉ ଅବା ସେ ଯଶୋଦା ମାଆ 

ହେଉ ଅବା ସେ ଦେବକୀ

ମାଆର ମମତା ଅବର୍ଣ୍ଣନୀୟ ଅଟେ

ଅମାପ ଅଟେ ତା ଶକ୍ତି ll ୨ ll


ସବୁ ଦୁଃଖ କଷ୍ଟ ଯନ୍ତ୍ରଣା ବେଦନା

 ପଥର ସମ ଯାଏ ସହି

ନିଜ ସନ୍ତାନକୁ ନିଜ ପରିବାରକୁ

 ଘଣ୍ଟ ଘୋଡାଇ ଥାଏ ସେହି ll ୩ ll


ଅନ୍ତ ଫାଡି ସିଏ ଜନ୍ମ ଦେଇଥାଏ

  ନିଜ ସନ୍ତାନକୁ ତାର

ବାତ୍ସଲ୍ୟ ମମତା ସହନଶୀଳତା

 ଅଟେ ଅମାପ ସାଗର ll ୪ ll


ତ୍ୟାଗ କରି କରି ଜୀଵନଟା ତାର

  ଶୁଖି ଶୁଖି ସରିଯାଏ

ଅମାପ ମାତୃତ୍ୱ ଅସୀମ ତ୍ୟାଗର

 ପ୍ରତୀକ ପାଲଟିଯାଏ ll ୫ ll


ନିଜ ପାଇଁ କେବେ ଭାବେ ନାହିଁ ସିଏ

  ଅନ୍ୟକୁ ଖୁସି ଦିଏ

ହେଲେ ଆଜିର ଏ ସ୍ୱାର୍ଥାନ୍ଧ ଦୁନିଆଟାରେ

  ତା ମୂଲ୍ୟକୁ ବୁଝେ କିଏ ll ୬ ll


ଦୀପଟିଏ ଭଳି ଜଳି ଜଳି ସିଏ

  ଅନ୍ୟକୁ ଆଲୋକ ଦିଏ

ସନ୍ତାନଟି ତାର ଯେତେ ଯାହା ହେଲେ

  ସବୁବେଳେ ଘଣ୍ଟ ଘୋଡାଉଥାଏ ll ୭ ll


ଆଜିର ଏ ଦୁନିଆ ମତିଭ୍ରମ ହେଇ

 ମାଆ ଅବଦାନକୁ ବୁଝେନି

ମାଆ ଟା ଯେବେ ବୁଢ଼ୀ ହେଇଯାଏ

 ଦୁଃଖ ଦେବାକୁ ପଛାଏନି ll ୮ ll


ମାତୃ ଶକ୍ତି ବଳେ ବଡ ହେଇ ପିଲା

  ନିଜକୁ ବଳୀୟାନ ମଣନ୍ତି

ହେଲେ କ୍ଷୀର ଛାଡ଼ିଗଲେ ସେଇ ପିଲାଟା

  ମାଆକୁ ଅଲୋଡ଼ା କରନ୍ତି ll ୯ ll


ବୋଝ ବୋଲି ଭାବି ସେଇ ମାଆକୁ

 ବୃଦ୍ଧାଶ୍ରମକୁ ପଠେଇଦିଅନ୍ତି

ସବୁ ସେବା ତ୍ୟାଗ ନିଃସ୍ଵାର୍ଥ ସେବାକୁ

 କେମିତି ଭୁଲି ଯାଆନ୍ତି ll ୧0 ll


ଦୁନିଆ ବଜାରେ ସବୁ ତ ମିଳିବ

 ମାଆ ବାପା କେବେ ନ ମିଳଇ

ତାଙ୍କ ତ୍ୟାଗ ତାଙ୍କ ମହାନତାକୁ

 କେବେ ବି ଭୁଲିବା ନାହିଁ ll ୧୧ ll



Rate this content
Log in

Similar oriya poem from Inspirational