STORYMIRROR

Santosh Mishra

Tragedy

4  

Santosh Mishra

Tragedy

ମାଆକୁ ଝିଅର ଚିଠି

ମାଆକୁ ଝିଅର ଚିଠି

1 min
574

ସନ୍ଧ୍ୟାରେ ଘରକୁ ଫେରୁଥିଲା ଝିଅ

ଚାରି ଯୁବକ ଦେଖିଲେ,

ଲୋଲୁପ ନଜର ପଡିଲା ତାଙ୍କର

ଝିଅ ପଛେ ପଛେ ଗଲେ ।୧।


ଘରକୁ ଫେରିବା ପାଇଁ ଦଉଡ଼ିଲା

ପାରିଲାନି ଜମା ଧାଇଁ,

ଅଧା ବାଟରେ ସେ ଅଟକି ରହିଲା

ରାକ୍ଷସଙ୍କ ମୁହଁ ଚାହିଁ ।୨।


ଆସିଲେ ପାଖକୁ କହିଲା ସେ ଝିଅ

ବଳତ୍କାର କର ନାହିଁ,

ସ୍ୱ ଇଚ୍ଛାରେଆଜି ଦେଉଛି ଶରୀର

ଉପଭୋଗ କର ଭାଇ ।୩।


ଏହି ଜୀବନକୁ ଲୋଭ କରେ ନାହିଁ

ଇଚ୍ଛା ମତେ ଭୋଗ କର,

ଏଡ଼ସ୍ ରୋଗରେ ଆକ୍ରାନ୍ତ ହୋଇଛି

ତୁମେ ବନ୍ଧୁ ହୋଇପାର ।୪।


କିଛି ଦିନ ପରେ ଛାଡ଼ିବି ସଂସାର

ଆଉ ପାରିବିନି ଦେଖି,

ତୁମେ ଯଦି ଏବେ ସ୍ପର୍ଶ କରିଦେବ

ତୁମେ ହୋଇଯିବ ରୋଗୀ ।୫।


ଶୁଣି ତାର କଥା କହିଲେ ଭଉଣୀ

ଦୁଃଖ ଜମା କର ନାହିଁ,

ଆମେ ହିଁ ତୁମକୁ ଘରେ ଛାଡ଼ିଦେବୁ

ଜମା ଭୟ କର ନାହିଁ ।୬।


ଆସିଲା ଘରକୁ ଲେଖିଲା ସେ ଚିଠି

କାଗଜ କଲମ ଧରି,

କଳଙ୍କ ନଥାଇ କଳଙ୍କିନୀ ହେଲି

ଏଡ଼ସ୍ ରୋଗ ନା ଧରି ।୭।


ରାକ୍ଷାସ ବି ଜମା ଛୁଇଁଲେନି ତାକୁ

ରୋଗ ଭୟ ଗ୍ରାସ କଲା,

ହାଏ ରେ ବିଧାତା ନାରୀଙ୍କ ଜନମ

ଏମିତି କାହିଁକି ହେଲା ।୮।


ଏ ପଟେ ତା ପାଇଁ କଳଙ୍କ ଲେଖିଛି

ସେପଟେ କଳଙ୍କ ଅଛି,

ଝିଅର ଜନମ ବଡ଼ ହୀନିମାନ

ଭାବିଲେ ଦୁଃଖ ଲାଗୁଛି ।୯।


କହିଲା ମାଆକୁ ଅଯଥାରେ ସିଏ

ପିନ୍ଧିଛି କଳଙ୍କ ଟୋପି,

ଭୟରେ ଜିଇଁଛି ନିତି କାନ୍ଦୁଅଛି

ହୃଦୟରେ କୋହ ଚାପି ।୧୦।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy