STORYMIRROR

SRIKANTA PRADHAN

Inspirational

3  

SRIKANTA PRADHAN

Inspirational

ମାଆ

ମାଆ

1 min
835


ମା ନାମ ଏମିତିକା ଏକାକ୍ଷର ମନ୍ତ୍ର

ସକଳତୀର୍ଥରୁ ମା'ନାମ ପବିତ୍ର

ବ୍ରହ୍ମାଣ୍ଡେ ସ୍ୱତନ୍ତ୍ର ମହିମା ଅନନ୍ତ

ଏତେ ମିଠା ନାମ ବଳି

.        ସ୍ୱର୍ଗ ଅମୃତ l


ଦଶମାସ ଗର୍ଭେଧରି ଜନମ ଦେଲା

ସ୍ତନଭାଙ୍ଗି କ୍ଷୀରଦେଇ ପ୍ରାଣ ଭରିଲା l

କେତେକେତେ ରାତ୍ର ହୋଇ ବିନିଦ୍ରିତ

ତାହାର ଛବି ଦେଖିଛି

       ପ୍ରଥମେ ନେତ୍ର l


ମମତାମୟୀ ସେପୁଣି ସେନେହ ମୟୀ

ଜଗତରେ ମା ପରି କେହିତ ନାହିଁ l

ମୁଖରେ ମୋହର ମା ନାମ ସାର

ଓଁ କାର ଆଦ୍ୟ ଧ୍ଵନିରୁ

.      ବେଶି ପବିତ୍ର l


କେତେବ୍ରତ ଉପବାସ କରେ ନିରତେ 

ଦେହଧୂଳି ଝାଡ଼ିଦିଏ କାନି ପଣତେ l

ପ୍ରେମତା ଗଭୀର ଅସୀମ ସାଗର

ସ୍ନେହଭରା ଡାକ ସତେ

.        ଗାୟତ୍ରୀ ମନ୍ତ୍ର l


ମୁଖରେ ମା'ର ନାମ ପ୍ରଥମ ଭାଷା

ମା ସିନା ସଂସାରରେ ସାହା ଭରଷା l

ମା ଦେଲେ ଗାଳି ଅଟେ ଦାଣ୍ଡ ଧୂଳି

ସଂସାରରେ ମା'ନାମ

.       ସଦା ପବିତ୍ର l



Rate this content
Log in

Similar oriya poem from Inspirational