Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sourav Jal

Inspirational

4  

Sourav Jal

Inspirational

ମାଆ

ମାଆ

1 min
385


ଅମୃତ ଗର୍ଭେ ପରାଣ ଦେଲୁ ଗୋ

ନରମ ପିଣ୍ଡ ଥିଲି ମୁଁ

ରକତ ମାଂସ ରେ ସଜେଇ ଦେଲୁ

ଅଣୁ କଣିକା ଥିଲି ମୁଁ |


ଜନମ ଦେଲୁ ବେଦନା ସହି ତୁ

ଦେଖିଲି କ୍ଷିତି ନୟନେ

ନୟନ ବି ତୋର ଅବଦାନ ତ

ଜ୍ଞାତ ହେଲି ଆଜି ମନେ |


ମାଆ ତୋର ନିସ୍ଵାର୍ଥ ପ୍ରେମ ମନ

ଅଦ୍ଭୁତ ଚିତ୍ର ଆଙ୍କିଲା 

ବଳିଦାନ ତ୍ୟାଗ ସେ ସତ୍ୟ ଗୁଣ

ଅନ୍ତରେ କକ୍ଷ ଗଢିଲା |


କେମିତି ଭୁଲିବି ତୋ ଗୁଣ ଶିକ୍ଷା

ଜୀବନେ ଆଜି ବାସୁଛି

ଅଲିଭା ଅତୁଟ ଏ ଚୀର ସ୍ଥାୟୀ 

ପ୍ରେମ ଦୀପାଳି ଜଳୁଛି |


ଆଶୀର୍ବାଦେ ଆଜି ବୟସ୍କ ହେଲି

ସବଳ ହେଲା ଅନ୍ତର

ତୋ ପ୍ରେମ ଫୁଲ ଚହଟି ଗଲା ଯେ

ବ୍ୟାପିଲା ତାର କହଁର |


ବେଦନା କ୍ଳେଶ କାଳେ ଥିଲୁ ଅଛୁ

ମମ ହସ୍ତ କୁ ଆବୋରି

ତୁହି ଗୋ ମାଆ ମୋ ଅନ୍ତର ବନ୍ଧୁ

ଅସରା ପ୍ରେମ ମୋହରି |


ମାତୃପ୍ରେମେ ଆଜି ଡୁବିତ ହେଲି

ନବ କିରଣେ ଜନମ

ଭକତି ପ୍ରେମ କୁସୁମ ଅର୍ପୁଛି

ସାର୍ଥକ ହେଉ ଜୀବନ |


Rate this content
Log in

Similar oriya poem from Inspirational