STORYMIRROR

Kabiratna Nutan Kumar Behera

Abstract Action Classics

4  

Kabiratna Nutan Kumar Behera

Abstract Action Classics

ମାଆ

ମାଆ

1 min
321

ମାଆ ତା' ପରି କେହି ନାହିଁ

ସ୍ନେହ ମମତାମୟୀ ମାଆ

        ରାଗି ଗଲେ ରୁଷି ଥିଲେ

   ପାଖକୁ ଆସଇ ଧାଇଁ,

ଆଖିରୁ ଲୁହ ପୋଛି ଦେଇ 

       ସରାଗେ ନିଏ କୋଳେଇ 

   ସବୁ ସୁଖ ତାହା ପାଇଁ।


ମାଆ ତା' ପରି କେହି ନାହିଁ

ମାଆ ନାମ ଅମୃତମୟ

          ଡାକି ଦେଲେ ଥରେ

     ପବିତ୍ର ହୁଏ ହୃଦୟ,

       ମାଆ ମୋର ଅତି ନିଜର

ଶୁଭ ଆଶିଷରେ ତାର

  ସଂସାର କରେ ମୁଁ ଜୟ।


ମାଆ ତା'ପରି କେହି ନାହିଁ

ମାଆ ଯେ ଦେବୀ ଅନ୍ନପୂର୍ଣ୍ଣା

         ବରଦା ସ୍ଵୟଂସଂପୂର୍ଣ୍ଣା

   ସନ୍ତାନକୁ କରେ ଧନ୍ୟା,

ମାଆ ପାର୍ବତୀ ପରିପୂର୍ଣ୍ଣା

        ସାରା ଜଗତେ ଅନନ୍ୟା

  ଶେଷ ନାହିଁ ତା' ବର୍ଣ୍ଣନା ।


ମାଆ ତା' ପରି କେହି ନାହିଁ

ମାଆ ଏ ଜୀବନର ରାହା

        ହୋଇଥାଏ ସଦା ସାହା 

    ପ୍ରତି ପଦେ ତାର ଆହା,

ଧରା ପରି ସେ ସର୍ବଂସହା

        ମାନେ ସନ୍ତାନର କୁହା

   ଦିଏ ସବୁ ମାଗେ ଯାହା ।


ମାଆ ତା' ପରି କେହି ନାହିଁ

ଅଭୟସ୍ଥଳ ତାର କୋଳ

         କାନି ବୃକ୍ଷ ଛାୟାତଳ

   ମମତା ତା' ଗଙ୍ଗାଜଳ,

ଶୁଭ ଚିନ୍ତେ ସଞ୍ଜ ସକାଳ

         ଦୁଃଖ ଦୂରାଏ ସକଳ

     ସାହା ହୋଇ ଚିରକାଳ।


Rate this content
Log in

Similar oriya poem from Abstract