STORYMIRROR

Gayatri Singh

Inspirational Others Children

3  

Gayatri Singh

Inspirational Others Children

ମାଆ

ମାଆ

1 min
234


ଛାତି ତଳେ ଅଜସ୍ର

ଆଶା ସ୍ୱପ୍ନ ଇଚ୍ଛାକୁ ଚାପି

ଅଜାଡି ଦିଏ ସ୍ନେହର ଧାରା ।


ସେ ସ୍ନେହମୟୀ,

ତା ପରଶରେ ଶରୀର କୁ ଉପଶମ ମିଳେ ।


ସେ ଶକ୍ତିମୟୀ,

ସେ ଆଗକୁ ବଢିବାକୁ ସାହାସ ଦିଏ ।


ସେ ଶାନ୍ତିମୟୀ,

ତା ପଣତ ତଳେ ମିଳେ ପରମ ତୃପ୍ତି ।


ସେ ଶୁଭଦାୟିନୀ,

ତା ଦର୍ଶନ ରେ ସବୁ କାର୍ଯ୍ୟ ସିଦ୍ଧି ହୁଏ ।


ସେ ମାଆ ନୁହେଁ ଜୀବନ୍ତ ଦେବୀ ଟିଏ

କୁଲୁକୁଳୁ ହୋଇ ସ୍ନେହ ବହୁଥିବା

ପୁର୍ନଗର୍ଭା ନଈ ଟିଏ । 



Rate this content
Log in

Similar oriya poem from Inspirational