STORYMIRROR

Harihara Behera

Inspirational Others

3  

Harihara Behera

Inspirational Others

ମାଆ

ମାଆ

1 min
14.1K


ଯା' ପାଖରେ ଅଛି ମାଆ

ଦୁଃଖ ସୁଖରେ ଅଛି ସାହା ।

ମାଆ ପରି କିଏ ହେବ

ମାଆ ମମତା କିଏ ବା ଦେବ ।

ମାଆ ତ ଦୟା ସାଗର

ନଥାଏଟି ପାତର ଅନ୍ତର ।

ମାଆ କଥା ତ ଅମୃତ ଧାର

କରିଥାଏ ସଭିଙ୍କୁ ଆଦର ।

ମାଆ ତ ଅତି ମହାନ

ମାଆ ପାଇଁ ପାଇଛେ ଜୀବନ ।

ମାଆ ତ ପୂଜ୍ୟ ନମନ

ସ୍ୱର୍ଗ ଠାରୁ ଅତି ମହାନ ।

ମାଆ ମନରେ ନଦେବ ଦୁଃଖ

ମାଆ ପାଖେ ଥିଲେ ମିଳେ ସୁଖ ।

ଯା ପାଖରେ ଅଛି ମାଆ

ଦୁଃଖ ସୁଖରେ ଅଛି ସାହା ।

ମାଆ ଚରଣେ ନମନ କର

ପାପ ସାଗରରୁ ହେବ ପାର ।

ଲେଖକ : ହରିହର

ତା 12/05/2018


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational