Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Tragedy

4.5  

Pranati Panda

Tragedy

ମା

ମା

1 min
186


ମମତାର ମୂରତି ମା'ଗୋ ମୋର ତୁହି 

କହ ତୁ ମା' ଅଛୁ କାହିଁ?

ଉଦାସୀନ ହୋଇ ରହେ ସିନା ଚାହିଁ

ପାଶୋରି ନପାରେ ମୁହିଁ ।


ଛଅ ସନ୍ତାନର ଜନନୀ ଥିଲୁ ମା'

ହୃଦୟ ଭିତର ଶକ୍ତି ,

ନିଦାରୁଣ ମନ ଖୋଜେ ରାତି ଦିନ

ମଧୁରିମା ଭରା ପ୍ରୀତି ।


ବିବିଧ କଳାରେ ପରିପୂର୍ଣ୍ଣା ଥିଲୁ

କଳା ପ୍ରିୟା ମା' ଭାରତୀ ,

ଜ୍ଞାନମୟୀ ମାତା ସ୍ଵାଭିମାନୀ ଥିଲୁ

ସ୍ନେହ ,ବନ୍ଧନ ଶକତି ।


ତୋ' ଆଦର୍ଶ ଶିକ୍ଷା ହୃଦୟେ ବହନ୍ତି

ସଦା ମୋ' ଭଉଣୀ ଭାଇ ,

ଅନନ୍ୟା ମୋର ମା' ଚିର ବନ୍ଦନୀୟା 

ନୀରବେ ଯାଇଛୁ ଶୋଇ।


Rate this content
Log in

Similar oriya poem from Tragedy