ମାଆ
ମାଆ


ଦଶ ମାସ ଯିଏ ଗର୍ଭେ ଧରିଥାଏ
ଅସହ୍ୟ ବେଦନା ପାଇ
ମୁଣ୍ଡ ପାତି ଦେଇ ଶାଶୁ ନଣନ୍ଦର
ଗଞ୍ଜଣାକୁ ଯାଏ ସହି ।
ଅନ୍ତକୁ ଫାଡିଣ ଦିଅଇ ଜନମ
ଝରାଇ ବକ୍ଷୁ ଅମୃତ
ମାଆ ରୂପେ ସିଏ ସୃଷ୍ଟିର ଆଧାର
ଜଗତେ ହୁଏ ବିଦିତ ।
ବାତ୍ସଲ୍ୟ ମମତା ହୃଦୟରେ ଭରା
ମମତାର ପ୍ରତିମୂର୍ତ୍ତି
ସ୍ନେହ ବନ୍ଧନରେ ବାନ୍ଧି ସମସ୍ତଙ୍କୁ
ନିତି ବାଣ୍ଟୁଥାଏ ପ୍ରୀତି ।
ପଣତ କାନିରେ &
nbsp; ଢାଙ୍କି ରଖିଥାଏ
ଦୁଃଖ ସ୍ପର୍ଶ କରେ ନାହିଁ
ଆମରି ଦେହରେ ଧୂଳି ବାଜିଗଲେ
ହୃଦୟ ତାର କାନ୍ଦଇ ।
ଏଇ ଦୁନିଆରେ ମାଆ ଏକା ସିନା
ନିଃସ୍ୱାର୍ଥ ପ୍ରେମ କରଇ
ବିନା ସ୍ୱାର୍ଥେ ବନ୍ଧୁ ସଖା ସହୋଦର
ଛାଡ଼ିଣ ଯିବେ ପଳାଇ ।
ମାଆ ନାମ ଗୋଟି କେତେ ଯେ ପବିତ୍ର
ଡାକିଲେ ଝରଇ ମହୁ
ତାହାରି ସେବାରେ ତା ପଣତ ତଳେ
ଏ ଜୀବନ ବିତିଯାଉ ।
ପୃଥିବୀଠୁ ବଳି ସର୍ବଂସହା ମାଆ
ସ୍ଵର୍ଗରୁ ଅଟେ ମହାନ
ରକ୍ତ ମାଂସ ଦେହେ କି ଗର୍ବ କରିବା
ଏ ପରା ତାହାରି ଦାନ ।