Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others

3  

Bharatabandhu Biswal

Inspirational Others

ଧୂଆ ମୂଳା

ଧୂଆ ମୂଳା

1 min
442



ଧୂଆ ମୂଳା ଅଟେ   ଖାଦ୍ୟ ଊପଯୋଗୀ

    ସ୍ୱାସ୍ଥ୍ୟ ପାଇଁ ହିତକାରୀ

ଧୋଇଦେଲେ ମୂଳା    ହୁଅଇ ବିଶୁଦ୍ଧ

    ଛାଡ଼ି ଯାଏ ମାଟି ବାଲି ।


ପ୍ରକ୍ରିୟା ପ୍ରସ୍ତୁତି    ପରିପାକ କଳା

     ଶିଖିବାକୁ ହୋଇଥାଏ

ଖାଦ୍ୟ ଓ ଅଖାଦ୍ୟ  ମଧ୍ୟରେ ପ୍ରଭେଦ

    ସୁଜନ ହିଁ ଜାଣିଥାଏ ।


ବୁଦ୍ଧି ବିଦ୍ୟା ଜ୍ଞାନ    ଅରଜି ମଣିଷ

    ହୁଏ ସୁପାତ୍ର ବିବେକୀ

ସମାଜ କରଇ    ଗ୍ରହଣ ଆଦର

   ବ୍ୟବହାର ଗୁଣ ଦେଖି ।


 ଉତ୍ତମ ପ୍ରଶିକ୍ଷା   ଆଚାର ସ°ସ୍କାର

     ଧୂଆମୂଳା ପଦବାଚ୍ୟ

ଅଶାଳୀନ ଯିଏ   ଅଧୁଆ ମୂଳାରେ

    ନଗଣ୍ୟ ତା ସ୍ଥାନ ନୀଚ୍ଚ ।


ନୁହଁଇ ସମାନ   ଧୂଆମୂଳା ସହ

     ଅଧୂଆ ମୂଳା ପ୍ରସଙ୍ଗ

ରୁଚିକର ସହ     ଅରୁଚିକରର

     ତୁଳନା ହିଁ ମୂଲ୍ୟହୀନ ।

  



Rate this content
Log in

Similar oriya poem from Inspirational