Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ପତିତପାବନ

ପତିତପାବନ

1 min
147


ମିତ ଦେଖେଲୋ ...................

    ନୀଳଚକ୍ରେ ଉଡ଼େ ବାନା

ପତିତପାବନ ଅଟେ ଯାର ନାମ

     ଉଡାଏ କାଳିଆ ନନା ।0।


ଭୁବନ ମୋହନ  ମୋହେ ତ୍ରିଭୁବନ

   ନାମ ଯା ଚକାନୟନ

ବାନାର ମହିମା   ନାହିଁ ତ ତୁଳନା

   ଅର୍ଦ୍ଧ ପୂର୍ଣ୍ଣ ଚନ୍ଦ୍ର ଚିହ୍ନ 

ରଙ୍ଗ ତା ନାଲିଆ   ପୁଣି ହଳଦିଆ

   ଶାନ୍ତି ପ୍ରେମର କଳନା ।୧।


ନିତି ଚଢ଼ା ଯାଏ  ନିତି କଢ଼ା ଯାଏ

  ଚୁନାରା ସେବକ ହସ୍ତେ

ଅପାର କରୁଣା   ଢାଳି ଦିଏ ସିନା

  ସେଇ ପ୍ରଭୁ ଜଗନ୍ନାଥେ 

ବିନା ଆସରାରେ ଚଢ଼େ ମନ୍ଦିରରେ

   ସେଥିରେ ନାହିଁ ଛଳନା ।୨।



Rate this content
Log in