Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

କାଳିଆର ଡୋରି

କାଳିଆର ଡୋରି

1 min
359


      

ଚାଲ ସଖି ଆମ୍ଭେ ନୀଳାଚଳେ ଯିବା

କାଳିଆର ପୁଣି ଲାଗିଲା ଡୋରି l

ଥକା ମନ ଚକା ଆଖିକୁ ଦେଖି ଯା

ଚିଟାଉ ଲେଖିଛି ଶ୍ରୀକ୍ଷେତ୍ର ଶିରି ll

ଚୌର ପଣେ ଚୋର ଚତୁରେ ଚତୁର

ଚାତୁରେ ବାନ୍ଧିଲା ଗୋପର ନାରୀ l

ବନ୍ଧୁ ପଣେ ପୁଣି ବନ୍ଧୁଆ ମହାନ୍ତି

ଭୋଗ ଥାଳି ଦେଇ ନେଇଛି ବରି ll

ଶ୍ରୀଫଳ ନଡ଼ିଆ ତା ପାଇଁ ବଢ଼ିଆ

ବଢ଼ାଇ ଦେଲା ଦାସିଆ ବାଉରୀ l

ଚଇତନିଆକୁ କୀର୍ତ୍ତନିଆ କରି

ନଚାଇଲା ଦାଣ୍ଡେ ମୃଦଙ୍ଗ ଧରି ll

ଯବନ ଭକତେ ମଗନ ହୋଇଲା

ସାଲବେଗ ଡାକେ ଆହେ ଶ୍ରୀହରି l

ବଡ଼ ଦାଣ୍ଡେ ନନ୍ଦିଘୋଷ ଅଟକିଲା

ଛିଡ଼ାଇ ନପାରି ଭକତି ଡୋରି ll

ପଥରେ ତାରିଲା ପଥର ନାୟିକା

ପାଷାଣୀ ଅହଲ୍ୟା ଗୌତମ ନାରୀ l

ପଥର ଭାସିଲା ସେତୁବନ୍ଧେ ପୁଣି

ବାନ୍ଧିଲେ ପଥର ଭେଳାକୁ କରି ll

ଗୋପ ତେଜ୍ୟା କରି ମଥୁରାକୁ ଗଲେ

ସଳଖିଲେ କୁଜି କୁବୁଜା ନାରୀ l

ଅଷ୍ଟ ମଲ୍ଲ ମାରି ଧନୁ ଯାତ୍ରା ଗଲେ

ମଉଳା ମଞ୍ଚାରୁ ପଡ଼ିଲା ମରି ll

ଇନ୍ଦ୍ରର ବିବାଦୁ ଗୋପକୁ ରଖିଲେ

ବାମ କରେ ଟେକି ଗୋବରା ଗିରି l

ଭକତ ବାଉଳା ଭକ୍ତଭାବେ ଭୋଳା

ଦର୍ଶନ କରିବା ସେ ଗିରିଧାରୀ ll

ବଡ଼ କପଟିଆ ସେ କଳା ଠାକୁର

ହେଳା କରନାହିଁ ତାହାର ଡୋରି l

ସେ କଳା ଗୋବିନ୍ଦ ହସେ ମନ୍ଦ ମନ୍ଦ

 ଜୟ ଜଗନ୍ନାଥ ଗୋବିନ୍ଦ ହରି ll

            


Rate this content
Log in

Similar oriya poem from Inspirational