ମୋ ଜୀବନ ପଥେ ଗୁରୁ
ମୋ ଜୀବନ ପଥେ ଗୁରୁ
ଅନ୍ଧାର ହଟାଇ ଜୀବନେ
ଜାଳି ଆଲୋକ ବତୀ;
ଦେଖାଇଛ ସତ ମାର୍ଗକୁ
ଗୁରୁ ପାଦେ ପ୍ରଣତି।
ହଜିଲା ଅତୀତ ପଡୁଛି
ମନେ ଆଜି ବି ମୋର;
ସୁମାର୍ଗ ସୁପଥ ଦର୍ଶକ
ପ୍ରିୟ ଗୁରୁଜୀ ମୋର।
ଅମୃତର ପଥେ ବହିଲା
ଯେବେ ପୁଣ୍ୟର ଧାର;
ତୁଚ୍ଛ କଲ ମାୟା ସଂସାର
ସବୁ ଲାଗେ ଅସାର।
ତୀବ୍ରତର ହେଲା ହୃଦୟେ
ସତ୍ୟ ଧର୍ମର ବାଣୀ;
ଆପଣାର ହେଲେ ସଭିଏଁ
ଦୁଃଖୀ ରଙ୍କି ଓ ଜ୍ଞାନୀ।
ବାଣ୍ଟି ଦେଲ ସ୍ନେହ ପ୍ରେମକୁ
ସ୍ୱଚ୍ଛ ଝରଣା ପରି;
କଳ କଳ ନାଦେ ବହିଲା
କରି ଓଁ କାର ଧ୍ଵନି।
ହୃଦୟ କନ୍ଦରୁ ଶୁଭିଲା
ରାମକୃଷ୍ଣଙ୍କ ନାମ;
ବିବେକାନନ୍ଦ ମା'ସାରଦା
ଭାବରେ ପୂର୍ଣ୍ଣକାମ।
ଅହର୍ନିଶି ଜପ ଧ୍ୟାନରେ
କରି ସାଧନା ନିତି;
ଆଲୋକର ମହାଦୀପଟି
ହୃଦେ ଜଳୁଥାଏଟି।
ପୂଣ୍ଯ ଭାଗୀରଥି ଧାରଟି
ଭାଗବତାନନ୍ଦରେ;
ସ୍ବାମୀଜୀ ନାମଟି ଧରିଲେ
ଜଗତର ହିତରେ।
କାୟମନୋ ବାକ୍ୟେ କରିଲେ
ଯେଉଁ କୁଚ୍ଛ୍ର ସାଧନା;
ରାମକୃଷ୍ଣ ସେବାଶ୍ରମଟି
ଗଢି ଉଠିଲା ସିନା।
ଟିକାତାଳ ପୁଣ୍ୟ ତୀର୍ଥସେ
ଯୁଗ ଯୁଗର ପାଇଁ;
ବଟବୃକ୍ଷ ସାକ୍ଷୀ ରହିଲା
ଚାରି ଯୁଗକୁ ଚାହିଁ ।
ଚିନ୍ତା ଚେତନାରେ ଭରିଲ
ଯେଉଁ ପୁଣ୍ୟ କଳ୍ପନା;
କାଳଜୟୀ ଯୁଗ ଯୁଗକୁ
ହୃଦେ ସଦ ଭାବନା।
ଗୁରୁନାମ ସଦା ଶୁଭଯେ
ସଦା ମଙ୍ଗଳମୟ;
ତବ ପାଦେ ପଶେ ଶରଣ
ଦିଅ ପୂଣ୍ୟ ଆଳୟ।