Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smita Mohanty

Inspirational

3  

Smita Mohanty

Inspirational

ଭକ୍ତର ଭକ୍ତି

ଭକ୍ତର ଭକ୍ତି

1 min
356


କେତେ ଆଶା ନେଇ ଆସିଛି ମୁଁ ଧାଇଁ

କାଳିଆରେ ତୋତେ ଭେଟିବା ପାଇଁ

ନାହିଁ ଭୋଗ ଥାଳି ଫୁଲ କି ଦୀପାଳି

ଆନନ୍ଦର ଲୁହ ଆଖିରୁ ଝରଇ

ବନ୍ଧୁ ମହାନ୍ତିର ସାଜିଲୁ ତୁ ବନ୍ଧୁ

କୃପାକର ଆହେ କୃପାସିନ୍ଧୁ

ଦାସିଆ ନଡ଼ିଆ ଥିଲା ବଢିଆ

ହାତୁ ନେଲ ତାର ସେ କାନ୍ଦୁ କାନ୍ଦୁ

ବୁଝେନା ଆବେଗ ମୁଁ ନୁହେଁ ସାଲବେଗ

କି ଦେଇ ତୁମକୁ ପୁଜିବି

ମନ ଝୁରେ ଚକା ଆଖି ଦେ' ନା ରେ ମୋତେ ଠକି

ସହସ୍ର ନାମକୁ ତୋର ଜପୁଥିବି

କରିବୁନି କେବେ ପର ହେ ଜଗତଠାକୁର

ଏତିକି କରିବୁ ତୁ କରୁଣା

ସିନ୍ଧୁର ବିନ୍ଦୁ ଏ ଦେଲେ ମୋ ପଣତେ

ଗାରିମା ତୋର ହେବନାହିଁ ଊଣା ।


Rate this content
Log in