ମାଆ
ମାଆ
1 min
382
ମାଆ ମାଆ ଡାକୁଛି ତୋତେ
ଆ ଆ ଅଳି କରେ କେତେ
କେତେ ଭକ୍ତ ପାଇଁ ଆସିଛୁ
ମୋ ବେଳକୁ କାହିଁ ପର କରୁଛୁ
ଧୂପ ଦୀପ ରଖିଛି ସଜେଇ
ଆସିବା ବାଟକୁ ରହେ ଅନେଇ
ମାଆ ମାଆ କହୁଛି ତୋତେ
ସଂଜ ସକାଳେ ଡାକେ ମୁଁ କେତେ
ତୋ ବିନା କେହି ନୁହେଁ ମୋର
କରିବାକୁ ମୋତେ ନିଜର
ହୃଦୟରେ ତୋତେ ରଖିଛି
ତୋ ନାମକୁ ନିତି ଭଜୁଛି
ମାଆ ମାଆ ଶୁଭୁଛି ମୋତେ
ଜଗତବାସୀ ଡାକନ୍ତି ତୋତେ