Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pt. Nityananda Khamari

Inspirational

3  

Pt. Nityananda Khamari

Inspirational

ବୃକ୍ଷଟିଏ

ବୃକ୍ଷଟିଏ

1 min
403



ବୃକ୍ଷ ଯେତେ ଆକାଶ ଛୁଆଁ ହେଉ ନା କାହିଁକି

ମାଟି ହିଁ ତା ଗର୍ଭରେ ରଖି

ଜାବୁଡ଼ି ଧରେ ଚେରକୁ

ମାଟି ହିଁ ବଡ଼ ହେବା ଶିକ୍ଷା ଦିଏ

ଆଜି କହୁଛୁ ସାମାନ୍ୟ ବୃକ୍ଷ

ବୃକ୍ଷ ସାମାନ୍ୟ ନୁହଁ

ସେ ଆଦି ଅନନ୍ତ..

ବ୍ରହ୍ମlନନ୍ଦ ପୁରୁଷ

ସ୍ୱୟଂ ସକଳ ଶକ୍ତିର ଆଧାର

ସଙ୍ଗୀତ ମୂର୍ଚ୍ଛନାର

ଶ୍ରୀକୃଷ୍ଣଙ୍କ ବଂଶୀ ସ୍ଵନ..

ବଳରାମଙ୍କ ହଳ ଲଙ୍ଗଳ

କୃଷକଙ୍କ ପରମ ମିତ୍ର…

ବୃକ୍ଷର କ୍ଷ୍ୟୁଦ୍ର ରୁ ବୃହତ କାଠ ଗଣ୍ଡି

ଯଜ୍ଞ କୁଣ୍ଡର ସମିଧ

ସାରା ସଂସାରର ଅନ୍ନ ରୂପୀ ମହାଲକ୍ଷ୍ମୀ

ଶ୍ରୀମନ୍ଦିର ଦାରୁ ରୂପୀ ନନ୍ଦ ନନ୍ଦନ

ସୃଷ୍ଟିର ସମ୍ଭାର

ଅମୁଲ୍ୟ.. ଅମ୍ଳଜାନ..

ଏନ୍ତୁଡ଼ି ଶାଳର ଉଷୁମ ନିଆଁ

ବି ବିବାହ ବେଦିର

ମୁକ ସାକ୍ଷୀ

ବ୍ରହ୍ମ ଅନଳ….

ରୋଷେଇ ଶାଳର ଇନ୍ଧନ

ମନ୍ଦିରର ମହ ମହ ବାସ ଚନ୍ଦନ

ମଶାଣି ଜୁଇର ମହା ନିର୍ବାଣ

ଆସନ୍ତୁ ବନ୍ଧୁଗଣ

ବୃକ୍ଷ ରୋପଣ କରି

ସୃଷ୍ଟି ପାଇଁ ଏକ ସଚ୍ଚା ନାଗରିକ ହେବା

ସଚ୍ଚା ନାଗରିକ ହେବା l


Rate this content
Log in

Similar oriya poem from Inspirational