Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aishwarya Mishra

Inspirational

3  

Aishwarya Mishra

Inspirational

ଅୟମାରମ୍ଭ

ଅୟମାରମ୍ଭ

1 min
249



ଏଇଟା ବୋଧହୁଏ

ପ୍ରକୃଷ୍ଟ ସମୟ

ନିଃସଙ୍ଗତା କୋଳରେ

ମଣ୍ଡ ରଖି 

ସବୁ ଲୁହତକ ନିଗାଡ଼ି 

ଦେବା ପାଇଁ ।


ନା କିଛି ଆଉ ପାଇବାର

ଆଶା ଅଛି

ନା ଅଛି କିଛି ପାଖରେ

ଯାହାକୁ ହରାଇ

ହେବ ମନ ଦୁଃଖ ।


ଆଜି ମୁଁ ରିକ୍ତହସ୍ତା 

ମୋ ଭାଗର ସ୍ବପ୍ନରେ

ନାହିଁ ସେ ପୂର୍ବ ମାଦକତା

ମୋ ଭାଗର ଆକାଶରେ ବି

ଅଛି କେବଳ ମାତ୍ର ଶୂନ୍ୟତା

ଯେତେ ସବୁ ରାତି ଅଛି ବାକି

ସେ ବି ଅମାବାସ୍ୟାମୟ ।


କେତେ ଆଉ ଝରାଇବି ଲୁହ

କାନ୍ଦି କାନ୍ଦି ଆଖିର 

ଲୁହ ସବୁ ମଧ୍ୟ 

ଏବେ ହରତାଳ କରିବାକୁ

ହେଲେଣି ପ୍ରସ୍ତୁତ

ସେ ସବୁକୁ ଅଟକାଇ

ଆଉ ଲାଭ ବା କ'ଣ !


ତେଣୁ ଭାବିନେଇଛି

ନିଃସଙ୍ଗତାକୁ ନିବିଡ଼ ଭାବେ

ନିଜର କରି 

ହୋଇଉଠିବି ନିର୍ଭୟା ।


ନିୟତି ନିକଟେ 

ନ ହୋଇ ନତମସ୍ତକ

ନିଜେ ହିଁ ଖୋଜିନେବି

ନିଜ ମୁକ୍ତିର ପଥ ।


ନୂଆ ଏକ ଆଶାର 

ଆବିଷ୍କାର ତଥା

ନବକ୍ରିୟାର ଅଭିନବିକରଣ ଦ୍ବାରା 

କରିବାକୁ ହେବ

ଜୀବନରେ ନବୀନ ଯୁଗର 

ଅୟମାରମ୍ଭ ।


Rate this content
Log in

Similar oriya poem from Inspirational