Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Inspirational Others

4.0  

Pranati Panda

Inspirational Others

ପ୍ରହେଳିକାମୟ

ପ୍ରହେଳିକାମୟ

1 min
213



ସଂସାର ହାଟରେ ଆଜି କାଲି ଆଉ

କାହିଁ ନାହିଁ ଆତ୍ମିୟତା,

ଅସହାୟେ ଆଜି ସମ୍ପର୍କ କାନ୍ଦୁଛି

ଧର୍ମକୁ ଦାନ୍ତ ନିକୁଟା ।


ଦେଖିବାକୁ ଗଲେ ସମସ୍ତ ସମ୍ପର୍କ

ନିଜଠୁ ଅତି ନିଜର ,

ବାହାରକୁ ଖାଲି ଲୋକ ଦେଖାଣିଆ

ଭିତରଟା ସାତପର ।


ମୋହ ଆଉ ନାହିଁ ସବୁ କିଛି ମାୟା

ସ୍ବାର୍ଥ ସର୍ବସ୍ବ ଜୀବନ ,

ରାମ ନାମ ଖାଲି ତୁଣ୍ଡେ ଉଚ୍ଚାରିତ

ମରା ରେ' ଗୃହ ଶ୍ମଶାନ ।


କାରୁଣ୍ୟରେ ପୂର୍ଣ୍ଣ ଯନ୍ତ୍ରଣା ଜର୍ଜିତ

ଏହି ପରା କଳି କାଳ ,

ଘରଠୁ ବାହାର ଆତ୍ମୀୟ ସୋଦର

ପୁରା ମହାକାଳ ଫଳ ।


ମୁଁ ତ୍ଵ ମଧ୍ୟରେ ତ' ଆଜିର ସମ୍ପର୍କ

ଅଣନିଃଶ୍ୱାସି ହେଲାଣି ,

ସ୍ବାର୍ଥ ବିଜଡ଼ିତ କୁହୁଳା ସମ୍ପର୍କେ 

ମଧୁରତା ଲିଭିଲାଣି ।


ଆତ୍ମ ପ୍ରଚାରିତ ପ୍ରବଞ୍ଚନା ମଧ୍ୟେ

ଅତ୍ମିୟତା ଭାବ ନାହିଁ ,

ତୃପ୍ତି, ଶାନ୍ତି ପୂର୍ଣ୍ଣ ଯୋଗସୂତ୍ରେ ବନ୍ଧା

ପବିତ୍ର ସମ୍ପର୍କ କାହିଁଁ??


ପଥଭ୍ରଷ୍ଟ ପୂର୍ଣ୍ଣ ମାନସିକତାରେ

କଳୁଷିତ ହୃଦୟରେ ,

ମୂଲ୍ୟବୋଧ ହୀନ ଚିନ୍ତା ଚେତନାରେ

ପୀୟୂଷରେ ବିଷ ଭରେ ।


ଚାଟୁକାର ପୂର୍ଣ୍ଣ ଆତ୍ମୀୟତା ଭାବ

ପ୍ରହେଳିକାମୟ ଲାଗେ ,

ଋଗ୍ଣ ମାନସିକ ଆବଦ୍ଧ ଅଳନ୍ଧୁ

ଘରେ ଘରେ ଆଜି ଜାଗେ ।


Rate this content
Log in

Similar oriya poem from Inspirational