STORYMIRROR

Kalandi pal

Inspirational

3  

Kalandi pal

Inspirational

କାହା ପାଇଁ ପ୍ରଭୁ କୁହ

କାହା ପାଇଁ ପ୍ରଭୁ କୁହ

1 min
234

କଳା ବଦନେ ତୋ ହସ ଉକୁଟଇ

    କାହାପାଇଁ ପ୍ରଭୁ କୁହ

ସାତ ସପନଠୁ ବଳି ପଡିଲାଣି

     ଦେଖିବା ପାଇଁ ତୋ ମୁହଁ

ମନେ ସାତ ଜନମର କୋହ ।


ଚକାଆଖି ତୋର ପଲକ ପଡ଼େନି

    ସଦା ଦେଖୁ ଭକ୍ତ ଦୁଃଖ

ସାତ ଦରିଆର ସେପାରେ ଭକତ

     କେମିତି ପାଉଛୁ ସୁଖ

ପାରି କରିଦେଲୁ ନିର୍ବାସନ ଦେଲୁ

     ଲୁଚାଇଲୁ ତୋର ଦେହ. l1l 


ତୋର ହାତେ ରସି ବଇକୁଣ୍ଠ ବାସୀ

     ଘଡିକେ ନେବୁ ବଦଲା

ମନରେ କି ପାଞ୍ଚି ଦୁଃଖ ଦେଲୁ ଆଞ୍ଚି

    ସର୍ବେ ଏକାକାର ପରା

ବାଛି ବାଛି ଦେଏ ଦୋଷୀକୁ ଦଣ୍ଡରେ

    ଭକତକୁ ଶ୍ରେଷ୍ଠ ବହ. l2l 


Rate this content
Log in

Similar oriya poem from Inspirational