ବନ୍ଧନ
ବନ୍ଧନ
ଦୁର୍ଲଭ ଜୀବନ ମଣିଷ ଜୀବନ
ଏତ ଭାରି ମୂଲ୍ୟବାନ
ରେ ବାଇ ମନ ସଂସାରେ ହେଲୁ ବନ୍ଧନ ।
ଜନମ ହେଲା ଦିନ ଜଗତ ଦେଖିଲୁ
ପରିବାର ଦେଖି ମୟାରେ ପଡ଼ିଲୁ
ସେହି ଦିନ ଠୁ ମୟା ରେ ହେଲୁ ମଗ୍ନ
ରେ ବାଇ ମନ ସଂସାରେ ହେଲୁ ବନ୍ଧନ ।
ଶିଶୁ ଟି ଏହୋଇ ସାଥି ମେଳେ କାଟିଲୁ ତୋର ଦିନ
ବୁଲିଲୁ ଖେଳିଲୁ ଦେଖିଲୁ କେତେ ସପନ
ରେ ବାଇ ମନ ସଂସାରେ ହେଲୁ ବନ୍ଧନ ।
ତରୁଣ ବୟସେ ଯେବେ ଛୁଇଲା ତୋ ଦେହେ ଯଉବନ
ଅଧିର ହେଲୁ ପାଇବାକୁ କାମିନୀଆଉ କାଞ୍ଚନ
ରେ ବାଇ ମନ ସଂସାରେ ହେଲୁ ବନ୍ଧନ ।
ବିବାହ କରିଲୁ ସ୍ତ୍ରୀ ସାଙ୍ଗ କଲୁ ହେଲା ତୋର
ସନ୍ତାନ
ସବୁ ତ ଭୁଲିଲୁ ମୋହ ନିଦ୍ରାରେ କରିଲୁ ତୁହି ଶୟନ
ରେ ବାଇ ମନ ସଂସାରେ ହେଲୁ ବନ୍ଧନ ।
ବୃଦ୍ଧ ବୟସରେ ହରି ନାମ ଛାଡି
ଚିନ୍ତା ରେ କାଟିଲୁ ଜୀବନ
ସମୟ ସରିଲା
ରୋଗ ଛୁଇଁଲା ତୋହରି ତନ
ରେ ବାଇ ମନ ସଂସାରେ ହେଲୁ ବନ୍ଧନ ।
ଧନ ବି ପାଇଲୁ ଯଶ ଅରଜିଲୁ ପାଇଛୁ ସନମାନ
ଦୁଃଖ ବି ସହିଛୁ ଯାତନା ଭୋଗିଛୁ
ପାଇଛୁ ବି ଅପମାନ
ରେ ବାଇ ମନ ସଂସାରେ ହେଲୁ ବନ୍ଧନ ।
ଭଜିବୁ ଶ୍ରୀ ହରି ହେବାକୁ ରେପାରି
ସ୍ରିଚରଣେ କର ଧ୍ୟାନ
ଭବ ରୁ ତରିବୁ ଶାନ୍ତି ଲଭୁଥିବୁ
ପାଇଯିବୁ ନିର୍ବାଣ
ରେ ବାଇ ମନ ସଂସାରେ ହେଲୁ ବନ୍ଧନ ।
