STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ରଜ ରାଣୀ

ରଜ ରାଣୀ

1 min
208


ରଜ ରାଣୀ ଆସିଛି ଖୁସିର ପରବ ହୋଇ

ଆମ ଓଡ଼ିଶାର ନିଜସ୍ଵ ପର୍ବ ଏଇ ତ

ଅଟଇ

ଝିଅ ବୋହୁଙ୍କର ଖୁସି ହୋଇଛି ଅପାର

ଅଳତା କଜଳରେ ସଜେଇ ହୋଇ

ଦିଶନ୍ତି ସୁନ୍ଦର

ରଜ ଗୀତ ଗାଇ ଝୁଲନ୍ତି ରଜ ଦୋଳିରେ

ଖାଅନ୍ତି କେତେ ପିଠା ମିଠା ନାଚନ୍ତି

ଆନନ୍ଦରେ

ପହିଲି ରଜ ରେ ହୁଅନ୍ତି କୁଆଁରୀ

ଝିଅ ସଜ ବାଜ

ରଜ ସଂକ୍ରାନ୍ତିରେ ନରନାରୀ କରନ୍ତି ମଉଜ

ଭୂମି ଦାହରେ ମିଠା ପାନ ଖାଇ

ପାଳନ୍ତି ରଜ

ଅନ୍ନକୁ ନ ଭୁଞ୍ଜନ୍ତି ନାରୀ ବୁଡି ଗଲେ ସୁରୁଜ

ରଜ ପର ଦିନ ବସୁମତି ହୁଅନ୍ତି ସ୍ନାନ

ସଭିଏଁ ନିଜ ଘରେ ମାଆଙ୍କ ପୂଜାରେ ଦିଅନ୍ତି ମନ

ରଜ ରାଣୀ ପାଇଁ ସୁନ୍ଦର ଦିଶଇ

ଧରଣୀ

ଏ ତ ସତେ ନିଆରା ପରମ୍ପରା 

ପାଳନ୍ତି ସବୁ ଓଡ଼ିଆଣୀ

ରଜ ପର୍ବକୁ କେବେ ନ ଭୁଲିବା ଜାଣ

ଆସୁ ଥାଉ ପ୍ରତି ବର୍ଷ ରଜ ରାଣୀ

 ସଜାଇ ଥିବୁ ଆମେ ଝୁଲଣ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational