କର୍ମଫଳ
କର୍ମଫଳ
ଭାଗ୍ୟେ ଅଛି କହି
ରୁହନାହିଁ ଭାଇ
ଭାଗ୍ୟରେଖା କେବେ
ନୁହଁଇ ତ ସ୍ଥାୟୀ।
ଈଶ୍ଵରଙ୍କୁ ଧ୍ୟାୟୀ
କର୍ମେ ଭଲ ପାଇ
କରିଯାଅ କର୍ମ
ପଛକୁ ନ ଚାହିଁ ।
ଭାଗ୍ୟକୁ ଆଦରି
ପଡି ରହନାହିଁ
କର୍ମବଳେ ବ୍ୟକ୍ତି
ସଫଳ ହୁଅଇ ।
ସୂର୍ଯ୍ୟ, ଚନ୍ଦ୍ର ସମ
କର୍ମ ପଥେ ଧାଇଁ
ନିଜ ଭାଗ୍ୟରେଖା
କପାଳେ ଆଙ୍କଇ ।
ଜନ୍ମ ଯଦି ତୋର
ଜାଣିନାହିଁ କେହି
ଅନୁଶୋଚନା ତୁ
କର ନାହିଁ ଭାଇ।
କର୍ମ କରି ଗଢ
ଜୀବନକୁ ତୁହି
ଇତିହାସ ହେଉ
ତୋର ଶେଷ ଜୁଇ ।