Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational

3  

Arjuni charan Behera

Inspirational

ଅନନ୍ତଙ୍କ କୃପା

ଅନନ୍ତଙ୍କ କୃପା

1 min
363


ଉଦ୍ୟାନ ମଧ୍ୟରେ ବୃକ୍ଷଟିଏ ଥିଲା 

ଫଳିଥିଲା ଏକ ଆତ l

ପ୍ରଭଞ୍ଜନ ବଳେ ପାଚିଲା ଫଳଟି 

ଭୂମିରେ ହେଲା ପତିତ ll


ନିତି ପ୍ରତିଦିନ କେତେ ଫଳ ପଡ଼େ 

କରେ ନାହିଁ କେହି ଚିନ୍ତା l

ନିଉଟନ କିନ୍ତୁ କଥାଟିକୁ ଚିନ୍ତି 

ଘାରି ହେଲା ତାଙ୍କ ମଥା ll


ଦିବା ନିଶି ଭାବି ଘାରି ହେଉଥିଲେ 

ଏ କଥା ଅଟେ କେମନ୍ତ l

ଖୋଜି ଖୋଜି କାଳେ ଆବିଷ୍କାର କଲେ 

ମହା ଆକର୍ଷଣ ତତ୍ତ୍ୱ ll


ମହା ଆକର୍ଷଣ କି ଶକ୍ତି ତାହାର 

ଭାବିଲେ ଲାଗେ ବିସ୍ମିତ l

ଯା ଶକ୍ତି ବଳରେ ଟଣା ଟଣି ହୋଇ 

ବ୍ରହ୍ମାଣ୍ଡ ରହିଛି ସ୍ଥିତ ll


ସ୍ରଷ୍ଟାଙ୍କ ସୃଷ୍ଟିରେ ପୁରି ରହିଅଛି 

ଏଭଳି ଅସଂଖ୍ୟ ତତ୍ତ୍ୱ l

ବୁଦବୁଦ ମାତର ଜାଣିଅଛୁ ଯାହା 

ଅଜଣା ଅଛି ବହୁତ ll


ଅନନ୍ତ ଏ ସୃଷ୍ଟି ଅନନ୍ତଙ୍କୁ ଜଣା 

ଅନନ୍ତ ଏ ବିଶ୍ୱ ବ୍ୟାପ୍ତ l

ଅନନ୍ତଙ୍କ କୃପା ପ୍ରାପ୍ତ ହେଲେ ନର 

ବୁଝଇ କିଞ୍ଚିତେ ମାତ୍ର ll



Rate this content
Log in

Similar oriya poem from Inspirational