STORYMIRROR

ସନାତନ ଦାସ

Classics

3  

ସନାତନ ଦାସ

Classics

ମାଆ

ମାଆ

1 min
179

ମା ର ପଣତକାନି,

ଅଭୟର ଚାଦର ପରି,

ଲୁଚାଇ ରଖେ ସବୁ ବିପଦ ଆପଦ ରୁ

ସନ୍ତାନର ସୁରକ୍ଷା ପାଇଁ!!


ନିଜେ ନ ଖାଇ ପିଲା ମୁହଁରେ ଦିଏ ଆହାର,

ମମତା ର ଛୁଆଁ ରେ ଝଡିଯାଏ ସବୁ

ଦେହ କଷଣ,

ସ୍ବାର୍ଥ ବିହୀନ ପ୍ରେମରେ ନ ଥାଏ

କିଛି ପାଇବାର ଆଶା!!


ସ୍ନେହ ଶ୍ରଦ୍ଧା ର ରଜୁରେ ବାନ୍ଧି ରଖେ

ସବୁ ରାଗ ରୋଷ ଦ୍ୱେଷ କୁ,

ଓଠରେ ଧରେ ହସ ଖେଳାଇ

ସହିନିଏ ସବୁ ଦୁଃଖ କଷ୍ଟ!!


ତଥାପି କରେନି ପ୍ରତିବାଦ,

ଅନବରତ କରି ଚାଲେ,

ତାର କର୍ତ୍ତବ୍ୟ ଛୁଟି ବିହୀନ ଜୀବନରେ!!


ମାଆ, ସତରେ ତୋ ପରି ଆଉ କେହି ନାହିଁ,

ପ୍ରତି ଜନ୍ମରେ ଚାହେଁ ତୋରି କୋଳରେ ଜନ୍ମ ନେବା ପାଇଁ!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics