STORYMIRROR

Satyabati Swain

Inspirational

4  

Satyabati Swain

Inspirational

ମାଆ

ମାଆ

1 min
419

ମାଆ

ଶିକ୍ଷାର ଭଣ୍ଢାର

ସଂସ୍କାରର ବିଶ୍ୱବିଦ୍ୟାଳୟ

ସଭ୍ୟତାର ଫଲ୍ଗୁ

ପ୍ରେମର ଗଙ୍ଗା

ପଵିତ୍ରର ଶ୍ରୀକ୍ଷେତ୍ର

ତ୍ୟାଗର ପୃଥିବୀ

ଧୈର୍ଯ୍ୟର ହିମାଳୟ

ମମତାର ଆକାଶ।।


ମାଆ

ସୃଷ୍ଟି ସମ୍ଭାବନା

ମଗ୍ନ ମାଟି

ନୂଆ ସକାଳ

ବ୍ୟଥିତ ଭୂଗୋଳ

ଚିନ୍ତିତ ମଧ୍ୟାହ୍ନ

ବିକ୍ଷିପ୍ତ ଇପ୍ସା।


ମାଆ

ଚେନାଏ ମାଟି

ଖୁସିର ଚାବି

ସମୁଦ୍ରେ ଆଶା 

ଆକାଶେ ଆନନ୍ଦ

ବାତ୍ସଲ୍ୟ ଗଙ୍ଗା।।


ମାଆ


ଈଶ୍ୱରଙ୍କ ଛବି

ସହନଶୀଳତା ରବି

ପବିତ୍ର ଗୀତା

ଆଳତି ବଳିତା

ପ୍ରଶାନ୍ତି ତା କୋଳ

ଚୁମା ତା ବିଲୋଲ।।


ମାଆ

ମୋ ଚିତ୍ର କଳ୍ପ

ପଣତ ତା ଗଳ୍ପ

ବ୍ରହ୍ମାଣ୍ଡର ମୂଳ

ସୃଷ୍ଟିର ଆଧାର

ଜଗତ ବେଦର

ଆଦ୍ୟ ଓଁମ୍ କାର।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational