STORYMIRROR

Sunanda Mohanty

Abstract Classics Inspirational

4  

Sunanda Mohanty

Abstract Classics Inspirational

ମାଆ ତୋତେ ପ୍ରଣାମ

ମାଆ ତୋତେ ପ୍ରଣାମ

1 min
187


ମାଆ ତୁ ସର୍ବଂସହା 

ମାଆ ତୁ ସ୍ୱର୍ଗ ପାରିଜାତ 

ସନ୍ତାନ ସୁଖରେ ଅଭିପ୍ରେତ 

ମାଆ ତୁ ରକ୍ଷାକର୍ତ୍ତୀ 

ମାଆ ତୁ ପ୍ରଥମ ଶିକ୍ଷୟିତ୍ରୀ 

ସନ୍ତାନ ପାଇଁ ସହୁ ଘାତପ୍ରତିଘାତ 

ମାଆ ତୁ ରକ୍ଷା କବଚ 

ମାଆ ତୁ ଆଶାର ବଉଦ 

ସନ୍ତାନ ଶିକ୍ଷାଦୀକ୍ଷା ର ସହାୟକ 

ମାଆ ତୁ ସ୍ବର୍ଗୀୟ ସମ୍ପଦ 

ମାଆ ତୁ ଧର୍ଯ୍ୟ ସେତୁବନ୍ଧ 

ସନ୍ତାନର ଦୂର କରୁ ବିପଦ ଆପଦ 

ମାଆ ତୁ ମମତାମୟୀ 

ମାଆ ତୁ ଧର୍ଯ୍ୟ ତ୍ୟାଗମୟୀ 

ସନ୍ତାନବତ୍ସଳା ସାହାସୀ ସ୍ନେହମୟୀ 

ମାଆ ତୁ ସରଗର ପରୀ 

ମାଆ ତୁ ଉତ୍ତାଳ ସାଗର ଲହରୀ 

ସନ୍ତାନ ଦୁଃଖ ସୁଖ ନେଉତୁ ଆବୋରି 

ମାଆ ତୁ କଲ୍ୟାଣମୟୀ 

ମାଆ ତୁ ଶକ୍ତିପ୍ରଦାୟିନୀ 

ସନ୍ତାନର ମେରୁଦଣ୍ଡ ଶାନ୍ତି ପ୍ରଦାୟିନୀ 

ମାଆ ତତେ ପ୍ରଣାମ 

ମାଆ ତତେ ସଲାମ 

ତୋ କୋଳରେ ଜନ୍ମ ନେଇ ମୁଁ ଧନ୍ୟ 

ମାଆ ସ୍ୱର୍ଗତପୀ ଗରିଅସି 

ସନ୍ତାନ ର ସାହା ଭରସା ମାଧ୍ୟମ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract