STORYMIRROR

Nihar Ranjan Acharya

Inspirational

3  

Nihar Ranjan Acharya

Inspirational

ମାଆ ସରସ୍ୱତୀ ବନ୍ଦନା

ମାଆ ସରସ୍ୱତୀ ବନ୍ଦନା

1 min
289

ନମୋଃ ଭଗବତୀ ବୀଣା ପୁସ୍ତକ ଧାରିଣୀ

ନମସ୍ତେ ନମସ୍ତେ ମାଗୋ ବିଦ୍ୟା ପ୍ରଦାୟିନୀ ॥ ୦


ତୋ'ର ଦୟା ବଳେ ମାତ ମୂର୍ଖ ହୁଏ ଜ୍ଞାନୀ 

ଏଣୁ ଆଶିଷ ଆଶାରେ ଶରଣ ଅଜ୍ଞାନ ॥୧


ତୋ' କୃପାରେ କାଳିଦାସ ପଣ୍ଡିତ ଯେ ହେଲେ

କେତେ କାବ୍ୟ କବିତା ଯେ ସୃଜନ କରିଲେ ॥୨


ପୟରେ ଅଳତା ମାଗୋ ସିନ୍ଦୂରର ଚିତା 

ଶୁଭ୍ର ବସନରେ ମାଗୋ ଦିଶୁ ସୁଶୋଭିତା ॥ ୩


ଗଳେ ଶୋହେ ଗଜମତି ମୁକୁତାର ହାର 

ବିଦ୍ୟାଦାତ୍ରୀ ମାଆ ତୁମେ ବିଦ୍ୟାର ଭଣ୍ଡାର ॥୪


ଚତୁର୍ଭୁଜା ତୁହି ମାତା ମରାଳ ବାହିନୀ 

ଅଜ୍ଞାନ ମୂରୁଖ ମୁଁ ପୂଜା ବିଧି ଜାଣେନି।। ୫


ବସନ୍ତ ପଞ୍ଚମୀ ଦିନ ଭକ୍ତିରେ ଯେ ପୂଜେ

ବିଦ୍ୟା ବୁଦ୍ଧି ଜ୍ଞାନରେ ସେ ବିଶାରଦ ସାଜେ ॥୬


ତୋ' ମହିମା ବର୍ଣ୍ଣିବାକୁ ହୁଅଇ ସକ୍ଷମ 

ଜଗତେ ବୋଲାଇ ସେହି ଅତି ଭାଗ୍ୟବାନ ॥୭


ନୁହେଁ ମୁହିଁ ଗୁଣି ଜ୍ଞାନୀ ନୁହଁଇ ବିଦ୍ୱାନୀ 

କିଞ୍ଚିତ ଜ୍ଞାନର ଆଶେ କରୁଛି ମାଗୁଣି ॥୮


କୃପା ଦୃଷ୍ଟି ନିକ୍ଷେପିବୁ ଏ ଦୀନ ଉପରେ 

କର ଯୋଡ଼ି କରୁଛି ଦୟିନୀ ଶ୍ରୀପୟରେ।। ୯


ଅଜ୍ଞାନ ନୀହାର ତୋ'ର ଶରଣ ଲୋଡ଼ଇ

ଜ୍ଞାନର ଆଲୋକ ମାଗୋ ଢାଳିଦିଅ ତୁହି ॥ ୧୦



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational