ମାଆ ସର୍ବମଙ୍ଗଳା
ମାଆ ସର୍ବମଙ୍ଗଳା
ମାଆ ମୋର ସର୍ବମଙ୍ଗଳା
ଅଶ୍ୱସ୍ତ ମୂଳରେ ତା ଲୀଳା ଖେଳା
ହାତରେ ପିନ୍ଧିଛି ନାଲି ଶଙ୍ଖା ଚୁଡି
ପିନ୍ଧିଅଛି ପାଟ ଶାଢ଼ୀ ସେ କଳା ।
ମାଆ ମୋର.....।
ସିଂହ ବାହନରେ ସେ ବସି
ବିହରନ୍ତି ମାଆ ନିଇତି
ଦୁଃଖୀଙ୍କ ଆରତ କରନ୍ତି ଖଣ୍ଡନ
ମାଆ ଦୟାମୟୀ ଭବର ଭେଳା ।
ମାଆ ମୋର.....।
ମହାମାରୀ ଆଧି ଓ ବ୍ୟାଧି
ମାଆ ନାମ ମହା ଔଷଧି
କର ସୁମରଣା ମଙ୍ଗଳା ମାଆକୁ
ମାଆର ଦେଉଳ ଦୁଆର ଖୋଲା ।
ମାଆ ମୋର.....।
ମାଆ ମଙ୍ଗଳର ମୂରତି
ବିରଜାଇ ମା ଆଦିଶକ୍ତି
ତା ଶୁଭ ଆଶିଷ ସଞ୍ଚରୁ ଜୀବନେ
ମାଆ ପାଦପଦ୍ମ ସାହା ଭରଷା ।
ମାଆ ମୋର...।।
