STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ମାଆ ସମଲେଶ୍ବରୀ

ମାଆ ସମଲେଶ୍ବରୀ

1 min
330


ସର୍ବଧର୍ମ ଦେବାଦେବୀ ଅଧିଷ୍ଠିତ

ଆମ ଭାରତ ବର୍ଷରେ,

ଶିବଶକ୍ତି ଯୋଗୁଁ ସୃଷ୍ଟି ରହେ ତିଷ୍ଠି

ବିଶ୍ୱାସ ଏ ଜଗତରେ,

ସମଲେଶ୍ବରୀ ସମ୍ବଲପୁରେ 

କୋଟି ପ୍ରଣାମ ମା ତୋ ପାଦେ କରୁଛି

ତୋ ଠାରୁ ମୁଁ ବହୁଦୂରେ ।


ରାମାୟଣ କଥା ଲଙ୍କାଗଡ ଦେବୀ

ଲଙ୍କେଶ୍ୱର ମହାମାୟୀ,

ମହୀରାବଣ ବଳୀ ନିମିତ୍ତ ରାମ

ଲକ୍ଷ୍ମଙ୍କୁ ନେଇ ଯାଇ,

ବୀଧ ହନୁମାନ ଭକ୍ତ ସେହି

କୌଶଳରେ ପରାହତ କରି ଦେବୀ,

ରାମ ଲକ୍ଷ୍ମଣଙ୍କୁ ଉଦ୍ଧାରିଲେ ସେହି।


ଅପମାନ ପାଇ ଦେବୀ ଲଙ୍କେଶ୍ୱରୀ

ପରିତ୍ୟାଗ ସେହି ସ୍ଥାନେ,

ସମ୍ବଲପୁରର ଉପକଣ୍ଠେ ଦେବୀ

ସମଲେଶ୍ବରୀ ଯେ ନାମ,

ପୁଣି କଲେ ଅବସ୍ଥାନ

ଗୈରିକ ସିନ୍ଦୂର ମଣ୍ଡିତା ଇଶ୍ୱରୀ,

ଦିଅନ୍ତି ଭକ୍ତ ଦର୍ଶନ।


ଆରାଧ୍ୟ ଦେବୀ ମା ପଶ୍ଚିମ ଓଡିଶାର

ମହାଳୟା ଭଳି ଦିନ,

ଶ୍ୱେତ ରଙ୍ଗରେ ସଜ୍ଜିତ ମହାମାୟୀ

ବେଶ ଯେ ଗଙ୍ଗା ଦର୍ଶନ,

ସତୀ ବେଶ ପୂର୍ବ ଦିନ

ଦୁଇ ଦିନ ଧବଳମୁଖୀ ବେଶରେ,

ମାଙ୍କୁ କଧ ଦର୍ଶନ।


ନବରାତ୍ର ପୂଜା ବିଜୟାଦଶମୀ

ପୂର୍ବ ନଅଦିନ ଧରି,

ଅଖଣ୍ଡ ଦୀପ ଭକ୍ତ ଜାଳି ଦିଅନ୍ତି

କେତେ ମାନସିକ କରି,

ସାକ୍ଷାତ ଦେବୀ ମାଆ ଆମରି

ନିଷ୍ଠାରେ ଭକ୍ତିରେ ବିଶ୍ୱାସେ ପୂଜିଲେ, 

ମାଆ ଥାନ୍ତି କାନଡେରି।


ଅତିପ୍ରିୟ ପର୍ବ ମହାଳୟା ପରା

ଜାକ ଜମକେ ପାଳନ,

ଦୀପାବଳି, ଦଶହରା ନୂଆଖାଇ

ଗଣପର୍ବ ସ୍ୱତନ୍ତ୍ର ଜାଣ,

ମା ତ ସମଲେଶ୍ବରୀ

ପ୍ରତି ଘରେ ଘରେ ଆରାଧ୍ୟ ଦେବୀ ମାଆ,

ତା ପାଦେ କରେ ଗୁହାରୀ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational