STORYMIRROR

Sunanda Mohanty

Classics Inspirational Thriller

3  

Sunanda Mohanty

Classics Inspirational Thriller

ମାଆ ସ୍ଵାଗତେ

ମାଆ ସ୍ଵାଗତେ

1 min
154


ଶରତ ଆସିଛି ମରତେ

କାଶତଣ୍ଡି ଫୁଲ ସହିତେ

ଦୁର୍ଗା ମାଆ ଦେଖି ଗୁପତେ

ଧରାରେ ପଧାରେ ନିଶ୍ଚିତେ

ଆଶୀର୍ବାଦ ସାଥେ ଅମୃତେ

ତୋରଣ ଚାନ୍ଦୁଆ ଆଲୋକିତେ

ଶଙ୍ଖ ହୁଳହୁଳି ସହ ପୂଜିତେ

ମାଆ ଦେବେ ଆଶୀର୍ବାଦ ବହୁତେ

ନବଦିନ ବ୍ୟାପି ହୋମ ଯାଗ ଯଜ୍ଞ 

ବନ୍ଦାପନା ଅଭ୍ୟର୍ଥନା ସହିତେ

ଯେତେ ମହିଷାସୁର ଅଛନ୍ତି ଗୁପତେ

ଶିର ଚ୍ଛେଦନ ହେବ ମାଆ ହସ୍ତେ

ରକ୍ଷା କରି ଜଗଦମ୍ୱା ବାଳୁତେ

ସୁଖ ସମୃଦ୍ଧି ଆସିବ ଧରାକୁ ଗୁପ୍ତେ

ଗର୍ବ ଅହଙ୍କାର ଆତ୍ମବଡିମା ପରସ୍ତେ

ଫିଙ୍ଗିଦେଇ ହୃଦୟ ମନରୁ ସମସ୍ତେ

ଏକତାର ମନ୍ତ୍ରେ ଭାଇଚାରା ଜାଗ୍ରତେ

ହସିବ ଧରଣୀ କହିବ ସେ ରାଣୀ

ଜନ୍ମିଛି ଯେଣୁ ବକ୍ଷରେ ତାର ସୁପୁତ୍ରେ

ଧରଣୀରେ ଦୁର୍ଗା ମାଆ ପୁଜା ସାବ୍ୟସ୍ତେ

କାଶତଣ୍ଡି ଫୁଲ ହସୁଥିବ ବିଭୋରେ ପର୍ଯ୍ୟାପ୍ତେ 

ମାଙ୍ଗଳିକା ଗୀତ ଗାଇ ଆଶୀର୍ବାଦ ଦେ ଆଶ୍ରିତେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics