STORYMIRROR

Samita Swain

Classics

4  

Samita Swain

Classics

ମାଆ ର ପଣତ

ମାଆ ର ପଣତ

1 min
323

ମାଆ ର ପଣତ ଏତେ ପରିବ୍ଯାପ୍ତ 

ନ ଥାଏ ତା ପରିସୀମା 

ଦୈର୍ଘ୍ଯ ଠାରୁ ପ୍ରସ୍ଥ ଆହୁରି ପ୍ରଶସ୍ତ 

ମାପି ତ' ହୁଏନି ଜମା।।


ସେ ପଣତେ ଥାଏ କେତେ ଆତ୍ମୀୟତା 

ଥାଏ କେତେ ଆକର୍ଷଣ 

ତା ସ୍ପର୍ଶରେ ଖେଳେ ଦେହେ ଶିହରଣ 

ପୁଲକିତ ମନପ୍ରାଣ।।


ମାଆ'ର ପଣତ ସେ'ତ ସ୍ନେହସିକ୍ତ 

ମମତାର ମନ୍ଦାକିନୀ 

ବାତ୍ସଲ୍ୟ ପ୍ରେମର ସତତ ଜାଗ୍ରତ 

ଅମୃତର ସଂଜୀବନୀ।।


ସେ ପଣତେ ଥାଏ ମଧୁର ସାନ୍ତ୍ବନା 

ଭବ୍ଯ ଭାବ ଉଦାରତା 

ସଂପର୍କ ଓ ଶ୍ରଦ୍ଧା ବନ୍ଧନରେ ବନ୍ଧା 

ବିଶ୍ବାସ ଭରା ଉଷ୍ଣତା।।


ମାଆର ପଣତ ଦିବ୍ୟ କଳ୍ପବଟ 

କରଇ ଛାୟା ପ୍ରଦାନ 

ଶାନ୍ତ ସୁନିର୍ମଳ ଆନନ୍ଦର ଉତ୍ସ 

ଲାଗେ ଶୀତଳ ଚନ୍ଦନ।।


ସେ ପଣତେ ଥାଏ ଆଶା ଆଶ୍ବାସନା 

ଦୃଢ ଭରସା ର ଶକ୍ତି 

ଟଙ୍କା, ସୁନା, ଧନ, ମାନ ପ୍ରତିପତ୍ତି 

ତା ପାଖରେ ତୁଛଅତି।।


ମାଆର ପଣତ ସନ୍ତାନର ଛାତ

ହୋଇଥାଏ ଅବିରତ 

ଦୂର କରିଦିଏ ସମସ୍ତ ବିପଦ

ସଦା ରଖେ ସୁରକ୍ଷିତ।।


ସେ ପଣତ ପଣ କେତେ ମହୀୟାନ

ପୂତ, ପବିତ୍ର ସୁନ୍ଦର 

ମହା ସାଗରର ମୂଳ ସ୍ରୋତପରି

ସ୍ବଚ୍ଛ, ସ୍ନିଗ୍ଧ, ମନୋହର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics