ମାଆ ର ମମତା
ମାଆ ର ମମତା


ଶିଶୁ ଶୋଇଅଛି ମାଆ କୋଳରେ ,
ତାଠାରୁ ସୁରକ୍ଷା ନାହିଁ ଜଗରେ ।
ମା ସରି ମମତା ଜଗତେ ନାହିଁ,
ସବୁଠାରୁ ଖୁସି ତହିଁ ମିଳଇ ।
ଦୁନିଆ ଚିହ୍ନିବ ମାଆ ଆଖିରେ,
ଡାକିବ ସଭିଙ୍କୁ ମାଆ ଆଜ୍ଞାରେ।
ଟିକି ପାଦରେ ସେ ଧିରେ ଚାଲିବ,
ବାରମ୍ବାର ପଡି ପୁଣି ଉଠିବ।
ଖନେଇ ଖନେଇ କଥା କହଇ ,
ମିଠା କଥା କହି ମନ ତୋଷଇ ।
ଟିକିଏ ରାଗରେ ଯାଏ ସେ ରୁଷି,
ଗେଲ କରି ଦେଲେ ଦିଏ ସେ ହସି।
ଶିଶୁ ର ମନଟା ନିର୍ମଳ ଥାଏ,
ସେହ୍ନ ମମତା ହିଁ ବୁଝଇ ସିଏ ।
ମା ଓ ଶିଶୁ ର ନିବିଡ ବନ୍ଧନ,
ଶିଶୁ ବିନା ମା ଅଲୋଡା ଜୀବନ।