STORYMIRROR

Kalandi pal

Inspirational

3  

Kalandi pal

Inspirational

ମାଆ ପଦ୍ମାଳୟା

ମାଆ ପଦ୍ମାଳୟା

1 min
213


ଭକତି କରିଲେ ମାଆ ପାଦତଳେ

     ଦୁଃଖ ଘୁଞ୍ଚି ଘୁଞ୍ଚି ଯାଏ,

ଚାରିଭୁଜେ ମାଆ ଦିଅନ୍ତି ଅଜାଡି

     ସୁଖର ପସରା ଟିଏ,

ମାଆ କମଳିନୀ, ବିଷ୍ଣୁଙ୍କ ଘରଣୀ

     ମନର ମନ୍ଦିରେ ଥାଏ,

ହାତରେ ପଦ୍ମ, ପାଦରେ ପଦ୍ମ

     ହୃଦରେ ପଦ୍ମର ମାୟା

ଫୁଟା ପଦ୍ମେ ଥିଲେ ମାଆ

      ନାମ ତା ପଦ୍ମାଳୟା,.

ଆଜି ଯେ ଫକୀର, କାଲି ସେ ଅମୀର,

     ମାଆର ମମତା ପାଏ,

ସେ ମୋ ମାଆ, ସେ ମୋ ସାହା

     ସେ ଜଗତର ପଡିଦାତା,

ଚରଣରେ ମନ ଥୀଲେ,

      ନ ଥାଏ ପେଟର ଚିନ୍ତା,

ମା ଠାକୁରାଣୀ ଫଟା କପାଳକୁ

      ଯୋଡ଼ିବେ ତାର ସଦୟେ,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational