Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lingaraja Dash

Inspirational

3  

Lingaraja Dash

Inspirational

ମାଆ ଓ ମମତା

ମାଆ ଓ ମମତା

1 min
123


ମରି ମରି ମୋତେ ଜନମ ଦେଇଛି

            ସିଏତ ମୋଅରି ମାଆ,

ମମତାମୟୀ ସେ ମମତା ଅନ୍ଧୁଣୀ

            ସ୍ନେହ ପାଗଳିନୀ ମାଆ ।


ମାଗି ମାଗି କୋଟି ଆୟୁଷ ଦେଇଛି

            ସିଏତ ମୋଅରି ମାଆ,

ମାଖି ମାଖି ତେଲ ବଳିଷ୍ଠ କରିଛି

            ସିଏତ ମୋଅରି ମାଆ ।


ମିଠା ମିଠା ଗୀତେ ଶୁଆଇ ଦେଇଛି

            ସିଏତ ମୋଅରି ମାଆ,

ମୀନା ମୀନା ମାଳି ପିନ୍ଧାଇ ଦେଇଛି

            ସିଏତ ମୋଅରି ମାଆ ।


ମୁଖେ ମୁଖେ ପାଠ ପଢ଼ାଇ ଦେଇଛି

            ସିଏତ ମୋଅରି ମାଆ,

ମୂଲେ ମୂଲେ ମୋର ଉଦର ଭରିଛି

            ସିଏତ ମୋଅରି ମାଆ ।


ମୃଦୁ ମୃଦୁ ହସେ ସଦା ହସାଇଛି

            ସିଏତ ମୋଅରି ମାଆ,

ମୃଡେ ମୃଡେ ଜଳ କଳସୀ ଢାଳିଛି

            ସିଏତ ମୋଅରି ମାଆ ।


ମେରୁ ମେରୁ ବୁଲି ସୁଖ ଯୋଗାଡିଛି

            ସିଏତ ମୋଅରି ମାଆ,

ମୈତ୍ର ମୈତ୍ରୀ ପାଶୋରି ଦେଇଛି

            ସିଏତ ମୋଅରି ମାଆ ।


ମୋଟା ମୋଟା ମୋଟ ବୋହିଛି ମୋପାଇଁ

            ସିଏତ ମୋଅରି ମାଆ,

ମୌନୀ ସାଜି ମୁଁ ମୌନୀ ପୂଜିବି

            ସୁଖରେ ରଖିବି ମାଆ ।


            ଶାନ୍ତିରେ ରହୁ ମୋ ମାଆ ।



Rate this content
Log in

Similar oriya poem from Inspirational