STORYMIRROR

Nihar Ranjan Acharya

Tragedy Crime

3  

Nihar Ranjan Acharya

Tragedy Crime

ମାଆ ନୁହେଁ କେବେ କୁମାରୀ

ମାଆ ନୁହେଁ କେବେ କୁମାରୀ

1 min
207


କୁଆଁରୀ ମାଆର ପରିଚୟ ପାଇ 

   ମନ ହୁଏ ଆନ୍ଦୋଳିତ 

ମାନସ ପଟଳେ ଖୋଜଇ ନିଜକୁ 

   ଦୁଃଖେ ହୋଇ ପରାହତ ll


ପୁରୁଷ ବିହୁନେ ସମ୍ଭବ କେବେକି

    ମାତୃତ୍ୱର ରୂପ ରେଖା

କାମିନୀ କାମନା ପୁରୁଷ ହରିଲେ 

    କୁମାରୀତ୍ୱ ହୁଏ ପଖା ll


ମିଛ ଅପବାଦ କାହିଁ ଲାଗେ ସତେ 

    ମାଆର ନାମକୁ ନେଇ 

ବିଜ୍ଞତା ଭାଷାରେ ମିଥ୍ୟା ଭୂଷଣରେ 

    ଲଜ୍ଜା ଘରେ ଜଳେ ଯୂଇ ll


କୁମାରୀ ହରଣ ଶ୍ରୀମତୀ ଧାରଣ 

   ପୁରୁଷ ଚରିତ୍ର ଲାଗି 

କୁଆଁରୀ ମାଆର ମିଥ୍ୟା ଆଭୂଷଣ 

    ସମାଜ ସମ୍ମୁଖେ ଦାଗୀ ll


ମାଆ ନୁହେଁ କେବେ କୁମାରୀ ଚରିତ୍ର 

    ମନେ ମନେ ଥରେ ହେଜ

ପୁରୁଷ ପ୍ରମାଣ  ପ୍ରକୃତି ଧାରଣ 

    ନିଜ ଦୋଷ ନିଜ ଧ୍ଵଜ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy